Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବେଙ୍ଗାଲୁରୁର ଗଡ଼ବିନ୍ ପବ୍ଲିକ୍ ସ୍କୁଲରେ ବାର୍ଷିକ ଉତ୍ସବ ପାଳନ

16/12/2019 at 8:40 AM

ବେଙ୍ଗାଲୁରୁ ୧୬/୧୨: ଉତ୍ତର ବେଙ୍ଗାଲୁରୁର ଓଡ଼ିଆ ବହୁଳ ଅଂଚଳରେ ଥିବା ଗଡ଼ବିନ୍ ପବ୍ଲିକ୍ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ଚଉଡ଼ିଆ ମେମୋରିଆଲ୍ ଅଡିଟୋରିଅମରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଗଡ଼ବିନ୍ ସ୍କୁଲରେ ତିରିଶ ପ୍ରତିଶତ ଓଡିଆ ଛାତ୍ର ଛାତ୍ରୀ ପାଠ ପଢୁଥିବାରୁ, ଏହି ସ୍କୁଲର ବାର୍ଷିକ ଉତ୍ସବରେ ବହୁ ଓଡ଼ିଆ ଅଭିଭାବକମାନେ ଉପସ୍ଥିତ ରହି ନିଜ ପିଲା ମାନଙ୍କର ନାଚ ଗୀତ ଉପଭୋଗ କରିଥାନ୍ତି। ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ପ୍ରତିବର୍ଷ ବାର୍ଷିକ ଉତ୍ସବ ପାଇଁ ଓଡ଼ିଆ ଅତିଥିମାନଙ୍କୁ ଆମନ୍ତ୍ରଣ କରିଥାନ୍ତି।

ଏଥର ମଧ୍ୟ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଚେନ୍ନାଇ ମୁଖ୍ୟ ଆପୋଲା ହସ୍ପିଟାଲର ପାକସ୍ଥଳୀ ବିଶେଷଜ୍ଞ ଡ. ସୁଦୀପ୍ତ ସ୍ୱାଇଁ ଏବଂ  ସମ୍ମାନୀୟ ଅତିଥି ଭାବରେ ଆସିଥିଲେ ପ୍ରଫେସର୍ କେ. ଇ. ରାଧାକୃଷ୍ଣନ୍। ବେଙ୍ଗାଲୁରୁରେ ନିଉଜ୍-୭ ଚାନେଲ୍ ପକ୍ଷରୁ ଓଡ଼ିଆମାନଙ୍କର ଖବର ଓଡ଼ିଶାର ଲୋକମାନଙ୍କ ପାଖରେ ରୀତିମତ  ପ୍ରସାରଣ କରାଯାଉଥିବାରୁ, ନିଉଜ୍-୭ ର ସାଉଥ ଇଣ୍ଡିଆ ବ୍ୟୁରୋ ଚିଫ୍ ରଞ୍ଜନ ଆଚାର୍ଯ୍ୟଙ୍କୁ ସ୍କୁଲ ତରଫରୁ ସମ୍ମାନିତ କରାଯାଇଥିଲା।

ମୁଖ୍ୟ ଅତିଥିଙ୍କର ଦ୍ୱୀପ ପ୍ରଜ୍ବଳନ ସହିତ ଆରମ୍ଭ ହୋଇଥିଲା ସ୍କୁଲର ବାର୍ଷିକ ଉତ୍ସବ। ମୁଖ୍ୟ ଅତିଥି ଡ଼. ସୁଦୀପ୍ତ ସ୍ୱାଇଁ ଙ୍କର ସ୍ୱାସ୍ଥ୍ୟ ସଚେତନତା ଉପରେ ଏକ ଅଭିଭାଷଣ ରଖିଥିଲେ ଏବଂ ଏଲ୍. କେ. ଜି. ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀର ପ୍ରଥମ ଦୁଇଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ସେ ନିଜ ତରଫରୁ ଧନରାଶି ପୁରସ୍କାର ପ୍ରଦାନ କରିଥିଲେ।  ଅନ୍ୟ ଅତିଥିମାନଙ୍କର ଅଭିଭାଷଣ ପରେ ଆରମ୍ଭ ହୋଇଥିଲା କୁନି କୁନି ପିଲାମାନଙ୍କର ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମ। ଏଲ୍. କେ.ଜି ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଶ୍ରେଣୀର କୁନି କୁନି ପିଲା ମାନଙ୍କର ନୃତ୍ୟ ଅଭିଭାବକମାନଙ୍କ ମନମୁଗ୍ଧ କରି ଦେଇଥିଲା। ସବୁଠାରୁ  ଆକର୍ଷଣ ଥିଲା ପ୍ରାୟ ଦଶଟି ରାଜ୍ୟର ଆଞ୍ଚଳିକ ଭାଷାରେ ନବବର୍ଷକୁ ସ୍ୱାଗତ ଜଣାଇବା ପାଇଁ କରାଯାଇଥିବା ନୃତ୍ୟ ଗୀତ।

ଓଡ଼ିଆ ଗୀତରେ ମଧ୍ୟ କୁନି ପିଲାମାନଙ୍କର ନୃତ୍ୟ ଖୁବ ମନମୁଗ୍ଧକର ହୋଇଥିଲା। ତା ସାଙ୍ଗକୁ ପିଲାମାନଙ୍କ ଦ୍ୱାରା ଦେଶାତ୍ମବୋଧକ ଗୀତରେ ନୃତ୍ୟ ସମସ୍ତଙ୍କୁ ଆନନ୍ଦିତ କରିଥିଲା। ୧୨୦୦ ଦର୍ଶକ ବସିବା ପାଇଁ ସଂରକ୍ଷିତ ଏହି ଅଡିଟୋରିଅମଟି  ଅଭିଭାବକଙ୍କ ଦ୍ୱାରା ଭରି ହୋଇଯାଇଥିଲା।୨୩ ବର୍ଷ ହେବ ଲଗାତର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ରେ ଶତ ପ୍ରତିସତ ଫଳାଫଳ ଆଣିଥିବା ଏହି ସ୍କୁଲ,ଉତ୍ତର ବେଙ୍ଗାଲୁରୁରେ ଏକ ମୁଖ୍ୟ ସ୍କୁଲ ହୋଇଥିବାର ଶ୍ରେୟ ଓଡ଼ିଆ ପିଲାମାନଙ୍କୁ ଯାଉଛି ବୋଲି ସ୍କୁଲର ଅଧ୍ୟକ୍ଷ ଜଗଦିସ୍ କୁମାର କହିଥିଲେ। ସେଥିପାଇଁ ସେ ଓଡ଼ିଆ ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେଇଥିଲେ।

   Related Posts