ଏହି ପ୍ରତିଯୋଗୀଙ୍କ ଗୀତ ଶୁଣି ନିଜ ଗାଲରେ ଚାପୁଡ଼ା ମାରିଲେ ଅନ୍ନୁ ମଲିକ : ଜାଣନ୍ତୁ କାହିଁକି?

Published By : Prameya-News7 Bureau | October 09, 2019 IST

ମୁମ୍ବାଇ ୯/୧୦: ସିଙ୍ଗିଙ୍ଗ ରିୟଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ୧୧’ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଶୋ କୁ ଦେଖି ଲାଗୁଛି ଯେ ଏଥର ମୁକାବିଲା ଖୁବ୍ କଡ଼ା ହେବ। ପ୍ରୋମୋରେ ଅଡିସନ ରାଉଣ୍ଡର ପ୍ରତିଯୋଗୀ ନଜର ଆସୁଛନ୍ତି। ତାଙ୍କର ସିଙ୍ଗିଙ୍ଗ ମଧ୍ୟ ଚମତ୍କାର ଲାଗୁଛି। ଏହି ଶୋ ର ଜଜ୍ ନେହା କକ୍କର ,ବିଶାଲ ଦାଦଲାନୀ ଏବଂ ଅନ୍ନୁ ମଲ୍ଲିକ ମଧ୍ୟ ନୂଆ ନୂଆ ଟ୍ୟାଲେଣ୍ଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କେତେକ ଏପରି ପ୍ରତିଯୋଗୀ ମଧ୍ୟ ଆସିଛନ୍ତି ଯେଉଁମାନଙ୍କୁ ଦେଖି ଜଜମାନେ ମଧ୍ୟ କାବା ହୋଇଯାଆନ୍ତି।

{"id":167900}

ଇଣ୍ଡିଆନ୍ ଆଇଡଲ ୧୧ର ଅଡିସନରେ ଜଣେ ପ୍ରତିଯୋଗୀ ‘ମେରି ରୁହ କା ପରିନ୍ଦା ଫଡ଼ଫଡ଼ାଏ’ ଗୀତ ଗାଇଥିଲେ। ଏହି ପ୍ରତିଯୋଗୀ ଗୀତଟିକୁ ଏପରି ଚିତ୍କାର କରି ଗାଇଥିଲେ ଯେ ଜଜମାନେ ହସିଥିଲେ। ଏହି ସମୟରେ ଅନ୍ନୁ ମଲ୍ଲିକ ତାଙ୍କ କଣ୍ଠ ଶୁଣି ନିଜ ଗାଲରେ ଜୋରଦାର ଚାପୁଡ଼ା ମାରିଥିଲେ।

{"id":167901}

ଅଡିସନ ରାଉଣ୍ଡର କେତେ ଜଣ ପ୍ରତିଯୋଗୀ ଜଜଙ୍କୁ ଇମ୍ପେସ୍ କରିଥିଲେ। ଏମାନେ ହେଲେ ସନି,ରୋହିତ ରାଉତ,ଜନ୍ନବୀ ଦାସ,ଦୀପକ ମଲିକ। ଏହାର ପ୍ରସାରଣ ଅକ୍ଟୋବର ୧୨ତାରିଖରୁ ଆରମ୍ଭ ହେବ।

{"id":167902}

ଇଣ୍ଡିଆନ୍ ଆଇଡଲ ସିଜନ୍ ୧୧କୁ ଅନ୍ନୁ ମଲିକ,ବିଶାଲ ଦାଦଲାନି ଏବଂ ନେହା କକ୍କର ଜଜ୍ କରିବେ। ଏହି ଶୋ କୁ ଆଦିତ୍ୟ ନାରାୟଣ ହୋଷ୍ଟ କରିବେ। ଏହା ପୂର୍ବରୁ ଆଦିତ୍ୟ ‘ସାରେ ଗାମା ପା’ ଏବଂ ‘ରାଇଜିଙ୍ଗ ଷ୍ଟାର’ ହୋଷ୍ଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.