ଦୁର୍ଘଟଣାରେ ମୃତ ଦୁଇ ଓଏସଏପି ଯବାନଙ୍କ ପରିବାର ପାଇଁ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 01, 2019 IST

ଭୁବନେଶ୍ବର ୧|୩: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ା ବାଇପାସ ନିକଟରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ଜଣ ଓଏସଏପି ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । ମୃତ ଓଏସଏପି ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଏବଂ ପରିବାରର ଜଣକୁ ସରକାରୀ ଚାକିରୀ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ବୁର୍ଲା ଯାଇ ଆହତ ଯବାନମାନଙ୍କୁ ଭେଟଛନ୍ତି । ବୁର୍ଲା ମେଡିକାଲରେ ସମ୍ବଲପୁର ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲାପାଳ ଏବଂ ଏସପି ମଧ୍ୟ ଆହତଙ୍କୁ ଭେଟିଛନ୍ତି ।

{"id":89616}

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଝାରସୁଗୁଡା ଜିଲ୍ଲା ବେଲପାହାଡ ବାଇପାସ ନିକଟରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ଜଣ ଓଏସଏପି ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୫ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ମୃତ ଯବାନ ହେଉଛନ୍ତି ଶଙ୍କର ପ୍ରସାଦ ପନ୍ଥା ଓ ପ୍ରଶାନ୍ତ ବେହେରା।   ଆହତଙ୍କୁ ବ୍ରଜରାଜନଗରରେ ଥିବା ଏମସିଏଲର ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ଓ ବେଲପାହାଡର ଜାହାଙ୍ଗିର ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯବାନ ମାନେ ଝାରସୁଗୁଡ଼ା ଦ୍ବିତୀୟ ସଶସ୍ତ୍ର ବାହିନୀର ଯବାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.