Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ପ୍ରତିଜ୍ଞା ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀଙ୍କ ବଡ ଘୋଷଣା: ବିଜୁଳି ବିଲ୍ ଅଧା, କୃଷକଙ୍କ ଋଣ ଛାଡ, ୨୦ ଲକ୍ଷଙ୍କୁ ମିଳିବ ଚାକିରି

23/10/2021 at 6:14 PM

ବାରାବାଙ୍କୀ ୨୩।୧୦: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ନିଜର ପ୍ରସ୍ତୁତି ଜୋରଦାର କରି ଦେଇଛି। ଯୋଗୀ ସରକାରଙ୍କୁ ଧରାଶାୟୀ କରିବାକୁ ଦଳ ଅଣ୍ଟା ଭିଡିଛି, ଆଉ ଏହାର ମଙ୍ଗ ସମ୍ଭାଳିଛନ୍ତି ଖୋଦ୍ ପ୍ରିୟଙ୍କା ଗାନ୍ଧୀ। ଏହି କ୍ରମରେ ଶନିବାର କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ବାରାବାଙ୍କିରୁ ପ୍ରତିଜ୍ଞା ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏଠାରୁ ପ୍ରିୟଙ୍କା ଗାନ୍ଧୀ ଜନତାଙ୍କୁ ବଡ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ଦଳ କ୍ଷମତାକୁ ଆସିଲେ ବିଜୁଳି ଦର ଅଧା ହେବ, କରୋନା ସମୟରେ ସମସ୍ତଙ୍କ ବକେୟା ବିଲ୍ ଛାଡ ଏବଂ କୃଷକଙ୍କ ସଂପୂର୍ଣ୍ଣ ଋଣ ଛାଡ କରାଯିବ। ସେ କହିଛନ୍ତି ଯେ, ୟୁପିରେ କରୋନା ସମୟରେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବା ପରିବାରକୁ ୨୫ ହଜାର ଏବଂ ୨୦ ଲକ୍ଷ ଯୁବକଙ୍କୁ ସରକାରୀ ନିଯୁକ୍ତି ଦିଆଯିବ। ଏଥିସହ ୨୫୦୦ ଟଙ୍କାରେ ଚାଷୀଙ୍କଠୁ ଗହମ କିଣାଯିବ ବୋଲି ପ୍ରିୟଙ୍କା କହିଛନ୍ତି।

ବାରାବାଙ୍କୀରେ ଜନସଭାକୁ ସମ୍ବୋଧିତ କରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଆମର ନିର୍ବାଚନୀ ଇସ୍ତାହାରରେ କିଛି ପ୍ରମୁଖ ପ୍ରତିଶ୍ରୁତି ରହିଛି। ଏଥିରେ ସ୍କୁଲ ଛାତ୍ରୀଙ୍କ ପାଇଁ ମାଗଣା ଇ-ସ୍କୁଟି ଓ ମୋବାଇଲ ଫୋନ, କୃଷ ଋଣ ଛାଡ, ଗରିବ  ପରିବାରକୁ ପ୍ରତି ବର୍ଷ ୨୫୦୦୦ ଟଙ୍କା, ସମସ୍ତଙ୍କୁ ବିଜୁଳି ବିଲ୍ ଅଧା ଏବଂ କୋଭିଡ୍ କାଳରେ ବକେୟା ବିଜୁଳି ବିଲ୍ ସଂପୂର୍ଣ୍ଣ ଛାଡ କରାଯିବା ସାମିଲ୍।

ଏଥିସହ ୨୦ ଲକ୍ଷ ଯୁବକଙ୍କ ସରକାରୀ ନିଯୁକ୍ତି ଦିଆଯିବ। ଚାଉଳ ଓ ଗହମ କ୍ଵିଣ୍ଟାଲ ପିଛା ୨୫୦୦ ଟଙ୍କା ଏବଂ ଆଖୁ କ୍ଵିଣ୍ଟାଲ ପିଛା ୪୦୦ ଟଙ୍କା ଦିଆଯିବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି। ଏହା ପୂର୍ବରୁ ଲୋକ୍ଷ୍ନୌରୁ ବାରାବାଙ୍କୀ ଯିବା ସମୟରେ ରାସ୍ତାରେ ତମରସେପୁର ଗାଁରେ ଖେତରେ କାମ କରୁଥିବା ମହିଳାଙ୍କୁ ଭେଟିଥିଲେ। ମହିଳାଙ୍କ ସହ ଖେତରେ ମଧ୍ୟ ବସିଥିଲେ ପ୍ରିୟଙ୍କା। ଏହି ସମୟରେ ମହିଳା ନିଜ ହାତରେ ପ୍ରିୟଙ୍କାଙ୍କୁ ଜିଲାପି ଖାଇବାକୁ ଦେଇଥିଲେ।

   Related Posts