ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ 'ଗୋଡସେ' ଫିଲ୍ମର ଘୋଷଣା, ଟିଜର ରିଲିଜ୍ କଲେ ନିର୍ଦ୍ଦେଶକ ମହେଶ ମଞ୍ଜରେକର

Published By : Prameya-News7 Bureau | October 02, 2021 IST

ନୂଆଦିଲ୍ଲୀ ୦୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକର 'ଗୋଡସେ' ନାମରେ ଏକ ଫିଲ୍ମର ଘୋଷଣା କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଫିଲ୍ମର ଟିଜର ପୋଷ୍ଟର ରିଲିଜ୍ କରିଛନ୍ତି। ମହେଶ ମଞ୍ଜରେକର ଏହି ଟିଜର ପୋଷ୍ଟର ସହ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଏ ପର୍ଯ୍ୟନ୍ତ ସବୁଠୁ ଭିନ୍ନ ଧରଣରେ ଜନ୍ମ ଦିନର ଶୁଭକାମନା ! ଏମିତି ଏକ କାହାଣୀ ଦେଖିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ, ଯାହାକୁ ଦର୍ଶାଇବା ପାଇଁ କେହି କେବେ ସାହାସ କରି ନାହାନ୍ତି।

ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନିର୍ମାତା ହେଉଛନ୍ତି ସନ୍ଦୀପ ସିଂହ ଏବଂ ସହ ନିର୍ଦ୍ଦେଶନା ଦାୟିତ୍ଵରେ ଅଛନ୍ତି ରାଜ ଶାଣ୍ଡିଲ୍ୟ। 'ଗୋଡସେ' ହେଉଛି ମହେଶ ମଞ୍ଜରେକରଙ୍କ ତୃତୀୟ ନିର୍ଦ୍ଦେଶିତ ଫିଲ୍ମ। ଏହା ପୂର୍ବରୁ ସେ 'ସ୍ଵତନ୍ତ୍ରବୀର ସଭରକର' ଓ 'ଓ୍ଵାଇଟ' ନାମର ଫିଲ୍ମ ପ୍ରସ୍ତୁତ କରିଛନ୍ତି। 'ଗୋଡସେ' ଫିଲ୍ମ ଆସନ୍ତା ୨୦୨୨ ମଧ୍ୟ ଭାଗର ଶେଷ ଆଡକୁ ପ୍ରେକ୍ଷାଳୟକୁ ଆସିପାରେ।

ଦର୍ଶକ ସ୍ଥିର କରିବେ କିଏ ଠିକ୍ ଏବଂ କିଏ ଭୁଲ୍

ମହେଶ ମଞ୍ଜରେକର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ 'ଗୋଡସେ'ର ଟିଜର ପୋଷ୍ଟର ସେୟାର କରିଛନ୍ତି। ସେଥିରେ ଲେଖିଛନ୍ତି 'ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା ବାପୁ, ଆପଣଙ୍କର ନାଥୁରାମ ଗୋଡସେ'। ମଞ୍ଜରେକର ଲେଖିଛନ୍ତି, ନାଥୁରାମ ଗୋଡସେଙ୍କ କାହାଣୀ ମୋ ହୃଦୟକୁ ବହୁତ ଛୁଇଁଛି। ଏହି ଧରଣର ଫିଲ୍ମ ନିର୍ମାଣ ପାଇଁ ସାହାସ ଦରକାର। ମୁଁ ସର୍ବଦା କଠିନ ବିଷୟ ଏବଂ ବିନା ସାଲିସର କାହାଣୀ କରିବାରେ ବିଶ୍ଵାସ କରିଥାଏ। ଲୋକଙ୍କୁ ଗୋଡସେଙ୍କ ବିଷୟରେ ବିଶେଷ  କିଛି ଜଣା ନାହିଁ। ଲୋକେ କେବଳ ଏତିକି ଜାଣିଛନ୍ତି ଯେ, ସେ ଗାନ୍ଧୀଙ୍କୁ ମାରିଛନ୍ତି। ମୁଁ ତାଙ୍କ କାହାଣୀ ଲୋକ ଲୋଚନଙ୍କୁ ଆଣି ନା କାହାକୁ ବଞ୍ଚାଇବାକୁ ଚାହୁଁଛି ନା କାହା ବିରୋଧରେ କିଛି କହିବାକୁ ଚାହୁଁଛି। ଏହା ଦର୍ଶକଙ୍କ ଉପରେ ଛାଡି ଦିଆଯାଉ ଯେ, କିଏ ଠିକ୍ ଏବଂ କିଏ ଭୁଲ୍, ସେମାନେ ନିଷ୍ପତ୍ତି ନେବେ।

ଅକୁହା କାହାଣୀକକୁ ଲୋକଙ୍କ ସାମ୍ନାକୁ ଆଣିବା ଜରୁରୀ

ଫିଲ୍ମ ବିଷୟରେ ନିର୍ମାତା ସନ୍ଦୀପ ସିଂହ କହିଛନ୍ତି, ମୁଁ ନିଜର ପ୍ରଥମ ଫିଲ୍ମ ନିର୍ମାଣ ସମୟରେ ନାଥୁରାମ ଗୋଡସେଙ୍କ କାହାଣୀ ବିଷୟରେ  ଚିନ୍ତା କରୁଥିଲି। ଏହା ଏକ ଏମିତି ଅକୁହା କାହାଣୀ ଯାହାକୁ ସିନେପ୍ରେମୀଙ୍କ ପାଖରେ ପହଞ୍ଚାଇବା ଜରୁରୀ। ଗୋଡସେ ଏବଂ ଗାନ୍ଧୀଜୀଙ୍କ ଅନେକ କାହାଣୀ ରହିଛି, ଯାହା ବିଷୟରେ ଲୋକେ ଉଣା ଅଧିକେ ଜାଣିଥିବେ। ମହେଶ ମଞ୍ଜରେକର, ରାଜ ଓ ମୋର ଉଦ୍ଦେଶ୍ୟ ତଥ୍ୟ ଆଧାରରେ ଏହି ଫିଲ୍ମ ନିର୍ମାଣ କରି ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରାଯିବ। ଆଜିର ଯୁବ ପିଢ଼ି ଭୁଲିଯାଉଥିବା ଐତିହାସିକ ଚରିତ୍ରଗୁଡ଼ିକୁ ପୁଣିଥରେ ସେମାନଙ୍କର ସାମ୍ନାରେ ଆଣିବାକୁ ଚାହୁଁଛି।”

ଫିଲ୍ମକୁ ନେଇ ସହ ପ୍ରଯୋଜକ ରାଜ ସାଣ୍ଡିଲ୍ୟଙ୍କ କହିବା କଥା ହେଲା- ଗତ କିଛି ବର୍ଷ ହେଲା ଗାନ୍ଦୀ ଓ ଗଡ଼ଶେଙ୍କ କଥାକୁ ନେଇ ଲୋକଙ୍କ ମାନରେ ପ୍ରବଳ ଆଗ୍ରହ ବଢ଼ିଛି। ନାଥୁରାମ ଗଡ଼ଶେ ବିଷୟରେ ଜାଣିବା ପାଇଁ ଅନେକ ଆଗ୍ରହୀ। ତେଣୁ ନାଥୁରାମଙ୍କ ଉପରେ ଫିଲ୍ମ ତିଆରି କରିବାର ଏହା ଉଚିତ ସମୟ ବୋଲି ଭାବି ଏହି ଫିଲ୍ଟଟି ତିଆରି କରାଯାଇଛି ବୋଲି ରାଜ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.