ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଟିମ୍ ଘୋଷିତ, ଦଳକୁ ଫେରିଲେ ଏହି ଦୁଇ ମ୍ୟାଚ୍ ଓ୍ଵିନର ଖେଳାଳି

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧।୦୧: ଭାରତ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ନିମନ୍ତେ ଇଂଲଣ୍ଡ ଦଳ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଦଳ ଘୋଷଣା କରିଛି। ଇଂଲଣ୍ଡ ଦଳରେ ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ ଓ ରୋରି ବର୍ଣ୍ଣ୍ସଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ସେହି ପରି ଜୋନି ବେୟାରଷ୍ଟୋ, ମାର୍କ ଉଡ ଓ ସାମ କରନଙ୍କୁ ବିଶ୍ରାମ ଦିଆଯାଇଛି। ଇଂଲଣ୍ଡ ୧୬ ଜଣିଆ ଦଳ ଘୋଷଣା କରିଛି। ଇଂଲଣ୍ଡ ବର୍ତ୍ତମାନ ଶ୍ରୀଲଙ୍କାରେ ୨ ମ୍ୟାଚ୍‌ ଟେଷ୍ଟ ସିରିଜ୍ ଖେଳୁଛି। ଏହା ବ୍ୟତୀତ ଓଲି ପୋପ୍‌ ଭାରତ ଗସ୍ତ କରିବେ ମାତ୍ର ସେ ଫିଟ୍ ହେବା ପରେ ହିଁ ଦଳରେ ସାମିଲ ହେବେ।

ଇଂଲଣ୍ଡ ଦଳ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବ। ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଜୋ ରୁଟଙ୍କ ଦ୍ଵିଶତକ ବଳରେ ଇଂଲଣ୍ଡ ଘରୋଇ ଶ୍ରୀଲଙ୍କାକୁ ସାତ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୫ରେ ଚେନ୍ନାଇରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ ଫେବୃଆରୀ ୧୩ରୁ ଆରମ୍ଭ ହେବ। ଏହା ପରେ ଅହମ୍ମଦାବାଦର ନୂତନ ମୋଟେରା ଷ୍ଟାଡିୟମରେ ଫେବୃଆରୀ ୨୪ରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ମାର୍ଚ୍ଚ ୪ରୁ ଏହି ପଡିଆରେ ସିରିଜ୍‌ର ଶେଷ ମ୍ୟାଚ୍‌ ଆୟୋଜନ ହେବ। ଟେଷ୍ଟ ସିରିଜ୍ ପରେ ମାର୍ଚ୍ଚ ୧୨ରୁ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ଶେଷରେ ମାର୍ଚ୍ଚ ୨୩ ରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ।

wp:html /wp:html

ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ଦଳ

ଜୋ ରୁଟ୍(ଅଧିନାୟକ), ଜୋଫ୍ରା ଆର୍ଚର, ମୋଇନ ଅଲ୍ଲୀ, ଜେମ୍ସ ଆଣ୍ଡରସନ, ଡମ ବେସ୍, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ଣ୍ଣ୍ସ, ଜୋସ ବଟଲର, ଜ୍ୟାକ କ୍ରାଉଲି, ବେନ ଷ୍ଟୋକ୍ସ, ଡେନ ଲରେନ୍ସ, ଜ୍ୟାକ ଲିଚ୍, ଡମ ସିବଲି, ବେନ ଷ୍ଟୋକ୍ସ, ଓଲି ଷ୍ଟୋନ୍ ଓ କ୍ରିସ୍ ଓ୍ଵକ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.