Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ଇଂଲଣ୍ଡର ଦଳ ଘୋଷଣା, ଟିମକୁ ଫେରିଲେ ମ୍ୟାଚ୍ ବିଜେତା ଖେଳାଳି

21/07/2021 at 6:27 PM

ନୂଆଦିଲ୍ଲୀ ୨୧।୦୭: ଭାରତ ବିପକ୍ଷ ୫ ମ୍ୟାଚ୍‌ର ଘରୋଇ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ୧୭ ଜଣିଆ ଦଳ ଘୋଷଣା କରିଛି। ଦଳରେ ଅଧିନାୟକ ଜୋ ରୁଟ୍ ଓ ବେନ ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। କୋଚ୍ ଭାବେ ସିଲଭରଉଡ ପୁଣି ଥରେ ଦଳରେ ଯୋଗ ଦେବେ। ଏଥିସହ ଦଳକୁ ଜୋସ୍ ବଟଲର, ଜୋନି ବେୟାରଷ୍ଟୋ ଓ ସାମ କୁରନ ଫେରିଛନ୍ତି। ଏହି ସବୁ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ସାମିଲ ନଥିଲେ। ହେଲେ ଆହତଜନିତ ସମସ୍ୟା କାରଣରୁ ଜୋଫ୍ରା ଆର୍ଚର ଓ କ୍ରିସ୍ ଓ୍ଵକ୍ସଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ।

ଉଲ୍ଲେଖନୀୟ ପାଞ୍ଚ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଅଗଷ୍ଟ ୪ରୁ ୮ ଯାଏ ନର୍ଟିଂଘମରେ ଖେଳାଯିବ। ଏହା ପରେ ଦ୍ଵିତୀୟ ଟେଷ୍ଟ ଅଗଷ୍ଟ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଲଣ୍ଡନର ଲର୍ଡ୍ସ ପଡିଆରେ ଖେଳାଯିବ। ତୃତୀୟ  ଟେଷ୍ଟ ମ୍ୟାଚ୍ ଅଗଷ୍ଟ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଚତୁର୍ଥ ଟେଷ୍ଟ ଡିସେମ୍ବର ୨ ରୁ ୬ ତାରିଖ ପର୍ଯ୍ୟନ୍ତ ଦ ଓଭାଲ ଏବଂ ପଞ୍ଚମ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୦ରୁ ମାଞ୍ଚେଷ୍ଟରରେ ଖେଳାଯିବ।

ଇଂଲଣ୍ଡ ଦଳ

ଜୋ ରୁଟ୍(ଅଧିନାୟକ), ଜେମ୍ସ ଆଣ୍ଡରସନ, ଜୋନି ବେୟାରଷ୍ଟୋ, ଡମ ବେସ୍, ଷ୍ଟୁଆର୍ଟ ବ୍ରଡ, ରୋରି ବର୍ଣ୍ଣ୍ସ, ଜୋସ୍ ବଟଲର, ଜ୍ୟାକ କ୍ରାଉଲି, ସାମ କରନ, ହସିବ ହାମିଦ, ଡାନ ଲରେନ୍ସ, ଜ୍ୟାକ୍ ଲିଚ୍, ଓଲି ପୋପ୍, ଓଲି ରବିନଷ୍ଟନ, ଡମ ସିବଲେ, ବେନ ଷ୍ଟୋକ୍ସ ଓ ମାର୍କ ଉଡ୍।

   Related Posts