Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ପାଇଁ କମେଣ୍ଟ୍ରି ଟିମ୍ ଘୋଷଣା, ମ୍ୟାଚ୍‌ରେ ରୋମାଞ୍ଚ ଭରିବ ଏହି ଦିଗ୍‌ଜଙ୍କ ସ୍ଵର

12/09/2021 at 7:21 PM

ନୂଆଦିଲ୍ଲୀ ୧୨।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଆଉ କେଇ ଦିନ ବାକି ରହିଛି। ମୁକାବିଲା ପାଇଁ ସମସ୍ତ ଦଳ ଝାଳବୁହା ଅଭ୍ୟାସ୍ ଚଳାଇଛନ୍ତି। ଏହା ମଧ୍ୟରେ ଷ୍ଟାର ସ୍ପୋର୍ଟ୍ସ ବିଶ୍ଵର ସବୁଠୁ ବଡ ଟି-୨୦ କ୍ରିକେଟ୍ ଲିଗ୍‌ ଆଇପିଏଲ  ପାଇଁ ଭାଷ୍ୟକାରଙ୍କ ତାଲିକା ଜାରି କରିଛି। ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ରେ ହିନ୍ଦୀ ଭାଷା ପାଇଁ ମୋଟ୍ ନଅ ଜଣ ଭାଷ୍ୟକାରଙ୍କୁ ସାମିଲ୍ କରାଯାଇଥିବା ବେଳେ ଇଂରାଜୀ ଭାଷା ପାଇଁ ୧୪ ଜଣ ଭାଷ୍ୟକାରଙ୍କ ଚୟନ କରାଯାଇଛି।

ହିନ୍ଦୀ ଭାଷା ପାଇଁ ଚୟନ କରାଯାଇଥିବା ଭାଷ୍ୟକାରଙ୍କ ମଧ୍ୟରେ ଆକାଶ ଚୋପ୍ରା, ଇରଫାନ ପଠାନ, ଗୌତମ ଗମ୍ଭୀର, ପାର୍ଥିବ ପଟେଲ୍, ନିଖିଲ ଚୋପ୍ରା, ତାନ୍ୟା ପୁରୋହିତ, କିରଣ ମୋରେ, ଜତିନ ସପ୍ରୁ ଏବଂ ସୁରେଶ ସୁନ୍ଦରମଙ୍କ ନାମ ସାମିଲ। ଇଂରାଜୀ ଭାଷା ପାଇଁ ହର୍ଷ ଭୋଗଲେ, ସୁନିଲ ଗାଭାସ୍କର, ଏଲ ଶିବରାମକୃଷ୍ଣ, ମୁରଲୀ କାର୍ତ୍ତିକ, ଦୀପଦାସ ଗୁପ୍ତା, ଅଞ୍ଜୁମ ଚୋପ୍ରା, କେଭିନ  ପିଟରସନ, ଇଆନ ବିଶୋପ, ମାଥ୍ୟୁ ହେଡେନ, ଏଲନ ଓ୍ଵିଙ୍କଲିନ୍ସ, ଡେନି ମାରିସନ, ସାଇମନ ଡୁଲ, ପୌମି ମାମ୍ବ୍ୟା ଓ ନିକୋଲସା ନାଇଟ୍‌ଙ୍କୁ ସାମିଲ୍ କରାଯାଇଛି।

ଆଇପିଏଲ୍‌ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି। ଏଥିରେ ୨୭ ଦିନରେ ମୋଟ୍ ୩୧ଟି ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍‌ ୟୁଏଇର ତିନୋଟି ଗ୍ରାଉଣ୍ଡରେ ଖେଳାଯିବ। ଏଥିରେ ଦୁବାଇ ସ୍ଥିତ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ, ଆବୁଧାବି ସ୍ଥିତ ଶେଖ ଜାୟଦ କ୍ରିକେଟ୍ ଷ୍ଟାଡିୟମ ଏବଂ ସାରଜା ସ୍ଥିତ ସାରାଜ କ୍ରିକେଟ୍ ଷ୍ଟାଡିୟମର ନାମ ସାମିଲ୍।

ଆଇପିଏଲ ୨୦୨୧ର ଦ୍ଵିତୀୟ  ପର୍ଯ୍ୟାୟର ପ୍ରଥମ ମୁକାବିଲା ପାଞ୍ଚ ଥରର ଆଇପିଏଲ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ତିନି ଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ।

   Related Posts