Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଟେଷ୍ଟରେ ରାହାଣେଙ୍କ ସ୍ଥାନ ନେଲେ ରୋହିତ ଶର୍ମା

8/12/2021 at 8:24 PM

ନୂଆଦିଲ୍ଲୀ ୦୮।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଜାତୀୟ କ୍ରିକେଟ୍ ଚୟନକର୍ତ୍ତା ୧୮ ଜଣିଆ ଟେଷ୍ଟ ଦଳ ଘୋଷଣା କରିଛି। ଭାରତୀୟ ଦଳ ଏହି ଗସ୍ତରେ ୩ଟି ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ଗସ୍ତରେ ଦିନିକିଆ ଦଳର ନେତୃତ୍ଵ ନେବେ ରୋହିତ ଶର୍ମା। ଟି-୨୦ ପରେ ଏବେ ରୋହିତଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି  ବିସିସିଆଇ। ଏଥିସହ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଛି। ରାହାଣେ କେବଳ ଦଳରେ ବ୍ୟାଟସମ୍ୟାନ ଭାବେ ଖେଳିବେ।

ଟେଷ୍ଟ ଦଳକୁ କେଏଲ ରାହୁଲ, ହନୁମା ବିହାରୀଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌ରେ ବିଶ୍ରାମ ପାଇଥିବା ରୋହିତ ଶର୍ମା, ଋଭଷ ପନ୍ତ, ମହମ୍ମଦ ଶାମି, ଯଶପ୍ରୀତ ବୁମରା ଓ ଶାର୍ଦ୍ଦୁଳ ଠାକୁର ଦଳକୁ ଫେରିଛନ୍ତି।

ଭାରତୀୟ ଦଳର ଗସ୍ତ ବକ୍ସିଂ ଡେ ଟେଷ୍ଟରୁ ହେବ। ପ୍ରଥମ ଟେଷ୍ଟ ଡିସେମ୍ବର ୨୬ରୁ ସେଞ୍ଚୁରିୟାନର ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ। ଦ୍ଵିତୀୟ ଏବଂ ତୃତୀୟ ଟେଷ୍ଟ ମ୍ୟାଚ୍ ଜୋହାନ୍ସବର୍ଗରେ ଖେଳାଯିବ। ସିରିଜ୍‌ର ଦ୍ଵିତୀୟ ଟେଷ୍ଟ ୨୦୨୨ ଜାନୁଆରୀ ୩ରୁ ୭ ପର୍ଯ୍ୟନ୍ତ ଖେଳାଯିବ। ତୃତୀୟ ମ୍ୟାଚ୍ ଜାନୁଆରୀ ୧୧ରୁ ୧୫ ମଧ୍ୟରେ ଖେଳାଯିବ। ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ।

ଭାରତର ୧୮ ଜଣିଆ ଟେଷ୍ଟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ହନୁମା ବିହାରୀ, ଋଷଭ ପନ୍ତ, ରିଦ୍ଧିମାନ ଶାହା, ଆର ଅଶ୍ଵିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ।

ଷ୍ଟାଣ୍ଡ ବାଇ ଖେଳାଳି- ବୋଲର ନବଦୀପ ସାଇନି, ସୌରଭ କୁମାର, ଦୀପକ ଚହର ଓ ଅର୍ଜନ ନାଗଓ୍ଵାସଓ୍ଵାଲା ।

   Related Posts