Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବୈଦିକ ମନ୍ତ୍ର ଉଚ୍ଚାରଣରେ କାଶୀରେ ମା’ ଅନ୍ନପୂର୍ଣ୍ଣାଙ୍କ ସ୍ଥାପନା: ମୁଖ୍ୟମନ୍ତ୍ରୀ ଯୋଗୀ କଲେ ପ୍ରାଣ ପ୍ରତିଷ୍ଠା, ନିଜେ ଉଠାଇଲେ ପାଲିଙ୍କି

15/11/2021 at 2:40 PM

କାଶୀ ୧୫/୧୧ : ୧୦୮ ବର୍ଷ ପୂର୍ବରୁ ଗାୟବ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି କାଶୀ ବିଶ୍ୱନାଥ ଧାମରେ ପହଞ୍ଚିଛି। ବିଶ୍ୱନାଥ ମନ୍ଦିର ପରିସରରେ ପ୍ରତିମା ପହଞ୍ଚିବା ପରେ ତାକୁ ଗାଡିରୁ ଓହ୍ଲାଇ ପାଲିଙ୍କିରେ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ପାଲିଙ୍କି ଉଠାଇ ପ୍ରତିମା ସ୍ଥାପନା ସ୍ଥଳରେ ପହଞ୍ଚାଇଥିଲେ। ମୂର୍ତ୍ତିକୁ ବିଶ୍ୱନାଥ ମନ୍ଦିରର ଐଶାନ୍ୟ କୋଣରେ ସ୍ଥାପନା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦ୍ୱାରା ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରାଯାଇଛି। କାନାଡ଼ାରୁ କାଶୀ ପହଞ୍ଚିଥିବା ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମାକୁ ବାବା ବିଶ୍ୱନାଥ ମନ୍ଦିରର ବିଶେଷ ରାଜତ୍ୱ ସିଂହାସନରେ ବିଶ୍ୱନାଥ ଧାମରେ ପ୍ରବେଶ କରାଯାଇଛି। ମା’ ଅନ୍ନପୂର୍ଣ୍ଣାଙ୍କ ଶୋଭାଯାତ୍ରା ଉତ୍ତର ପ୍ରଦେଶର ୧୮ ଜିଲ୍ଲା ଦେଇ କାଶୀରେ ପହଞ୍ଚିଛି।

ବାରାଣାସୀ ଗଙ୍ଗା କୂଳରୁ ୧୯୧୩ ରେ ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଚୋରି ହୋଇଥିଲା। ଚୋରି ହେବାପରେ ମା’ଙ୍କ ମୂର୍ତ୍ତି ତସ୍କରଙ୍କ ଦ୍ୱାରା କାନାଡ଼ାରେ ପହଞ୍ଚିଥିଲା ଏବଂ ପରେ ମେକେଞ୍ଜି ଆର୍ଟ ଗ୍ୟାଲେରୀର ଶୋଭା ବଢ଼ାଇଥିଲା। ମୂର୍ତ୍ତି ଉପରେ ରିସର୍ଚ୍ଚ କରିବା ପରେ ଦିବ୍ୟ ମେହରା ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ମୂର୍ତ୍ତିର ଇତିହାସ ସାମ୍ନାକୁ ଆସିବା ପରେ କାନାଡ଼ା ସରକାର ଏହାକୁ ଭାରତକୁ ଫେରାଇଦେବାକୁ କହିଥିଲେ। ମୂର୍ତ୍ତି ରବିବାର ରାତିରେ କାଶୀକୁ ଫେରିଥିଲା।

   Related Posts