Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଚାଷୀମାନେ ପାକିସ୍ତାନୀ ନୁହଁନ୍ତି, ସରକାର ସେମାନଙ୍କ କଥା ଶୁଣନ୍ତୁ : ଚାଷୀଙ୍କ ସମର୍ଥନରେ ବାହାରିଲେ ଆନ୍ନା ହଜାରେ

29/11/2020 at 4:33 PM

ନୂଆଦିଲ୍ଲୀ ୨୯/୧୧ : କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀମାନେ ସିନ୍ଧୁ ସୀମାରେ ଧାରଣା ଜାରି ରଖିଛନ୍ତି । ସରକାର ସେମାନଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ଯାହାକୁ କି ଚାଷୀ ସଂଗଠନ ଗୁଡିକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଚାଷୀ ସଂଗଠନଗୁଡିକ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । ଚାଷୀମାନେ କହିଛନ୍ତି ତାଙ୍କର ବିରୋଧ ପ୍ରଦର୍ଶନ ଜାରି ରହିବ । ସେମାନେ ସେହି ଜାଗା ଛାଡି କୁଆଡେ ବି ଯିବେ ନାହିଁ । ଏହାରି ମଧ୍ୟରେ ଚାଷୀମାନଙ୍କ ସମର୍ଥନରେ ବାହାରିଛନ୍ତି ସମାଜସେବୀ ଆନ୍ନା ହଜାରେ ।

ଆନ୍ନା ହଜାରେ କହିଛନ୍ତି ‘ଚାଷୀଙ୍କ ଦାବିକୁ ମୁଁ ସମର୍ଥନ କରୁଛି । କାଲି ଯଦି ଚାଷୀମାନେ ହିଂସା ପ୍ରଦର୍ଶନ କରନ୍ତି ତେବେ ସେଥିପାଇଁ କିଏ ଦାୟୀ ରହିବ? ଚାଷୀମାନେ ପାକିସ୍ତାନୀ ନୁହଁନ୍ତି, ସରକାର ସେମାନଙ୍କ ସହିତ ସକାରାତ୍ମକ ଆଲୋଚନା କରନ୍ତୁ’ । ଆନ୍ନା ହଜାରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦେଶର ଦୁର୍ଭାଗ୍ୟ ଯେ ଚାଷୀମାନେ ଏତେଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଯେଉଁ ଚାଷୀମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଭାରତୀୟ, ପାକିସ୍ତାନୀ ନୁହଁନ୍ତି ବୋଲି ଆନ୍ନା ହଜାରେ କହିଛନ୍ତି ।

ନିର୍ବାଚନ ସମୟରେ ଭୋଟ ମାଗିବାକୁ ରାଜନେତାମାନେ ସେମାନଙ୍କ ଚାଷ ଜମି ଏବଂ ଘରକୁ ଯାଆନ୍ତି । ଏବେ ଚାଷୀମାନଙ୍କ ସମସ୍ୟାକୁ ସରକାର ବୁଝନ୍ତୁ ବୋଲି ଆନ୍ନା ହଜାରେ କହିଛନ୍ତି । ସେ କହିଛନ୍ତି ଚାଷୀମାନଙ୍କ ଉପରେ ପାଣି ମାଡ କରିବା ଅତ୍ୟନ୍ତ ନିନ୍ଦନୀୟ । ଆଜି ଯାହା ଚାଷୀଙ୍କ ସହିତ ହେଉଛି ତାହା ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ଲାଗୁଛି । ଚାଷୀମାନେ ଦେଶର ଶତ୍ରୁ ନୁହଁନ୍ତି । ସେଥିପାଇଁ ଏହି ଆନ୍ଦୋଳନକୁ ଯଥାଶୀଘ୍ର ସମାଧାନ କରାଯିବା ଆବଶ୍ୟକ । ସରକାରଙ୍କୁ ଚାଷୀମାନଙ୍କ ସହିତ ଆଲୋଚନା କରିବା ଆବଶ୍ୟକ ବୋଲି ଆନ୍ନା ହଜାରେ କହିଛନ୍ତି ।   

   Related Posts