ନିର୍ଭୟା ନିମନ୍ତେ ନ୍ୟାୟ ଦାବିରେ ମୌନବ୍ରତରେ ବସିଲେ ଆନ୍ନା ହଜାରେ

Published By : Prameya-News7 Bureau | December 20, 2019 IST

ଅହମ୍ମଦନଗର ୨୦।୧୨:  ଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା ଅଭିଯୁକ୍ତଙ୍କ ଦଣ୍ଡବିଧାନ ଦାବିରେ ସାମାଜିକ କର୍ମୀ ଆନ୍ନା ହଜାରେ ଶୁକ୍ରବାର ମୌନବ୍ରତ ଆରମ୍ଭ କରିଛନ୍ତି। ଅହମ୍ମଦନଗର ରାଲେଗଣର ସିଦ୍ଧିରେ ସେ ମୌନବ୍ରତ କରିଛନ୍ତି। ନିର୍ଭୟା ମାମଲାରେ ଆନ୍ନା ହଜାରେ ଗତ ଡିସେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ। ତେବେ ତାଙ୍କ ପତ୍ର ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆନ୍ନା ପତ୍ରରେ ଦର୍ଶାଇଥିବା ଅନୁସାରେ ମୌନବ୍ରତ ଆରମ୍ଭ କରିଛନ୍ତି।

{"id":200369,"sizeSlug":"large"}

ନିର୍ଭୟାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ବ୍ରତ ଜାରି ରଖିବେ ବୋଲି କହିଛନ୍ତି। କେବଳ ଦିଲ୍ଲୀ ନିର୍ଭୟା ନୁହେଁ ରାଜଧାନୀ ଦିଲ୍ଲୀରୁ ଆରମ୍ଭ କରି ସାରା ଦେଶରେ ମହିଳା ସମ୍ପର୍କିତ ଅପରାଧ ବଢୁଥିଲେ ହେଁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା ଆନ୍ନା କହିଛନ୍ତି। ଏଣୁ ହାଇଦ୍ରାବାଦ ମହିଳା ପ୍ରାଣୀଧନ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ୪ ଅପରାଧୀଙ୍କୁ ଏନକାଉଣ୍ଟର କରିଥିଲା। ଯଦିଓ ଏନକାଉଣ୍ଟର ମାନବାଧିକାର ଉଲ୍ଲଂଘନ ହେଲେ ନ୍ୟାୟ ପ୍ରକ୍ରିୟାରେ ହେଉଥିବା ବିଳମ୍ବ ଯୋଗୁ ଲୋକେ ଏହାକୁ ସ୍ୱାଗତ କରିଥିବା କହିଛନ୍ତି। ଏଣୁ ଅତ୍ୟାଚାରିତ ମହିଳାଙ୍କ ନ୍ୟାୟ ଦାବିରେ ସେ ବ୍ରତ ଆରମ୍ଭ କରିଥିବା ଆନ୍ନା ହଜାରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.