Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

୩୦ ଜାନୁୟାରୀ ଅନଶନରୁ ଓହରିଲେ ଆନ୍ନା ହଜାରେ!

29/01/2021 at 10:54 PM

ପୁଣେ ୨୯।୧: ସାମାଜିକ କର୍ମୀ ଆନ୍ନା ହଜାରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଘୋଷଣା କରିଥିବା ୩୦ ଜାନୁୟାରୀ ଅନଶନରୁ ଓହରି ଯାଇଛନ୍ତି। ଶନିବାର କରିବାକୁ ଥିବା ଅନଶନ ନେଇ ସେ ଶୁକ୍ରବାର ଘୋଷଣା କରିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡନବୀଶଙ୍କ ଉପସ୍ଥିତିରେ ସେ କରିଥିବା ଘୋଷଣାରେ ନିଷ୍ପତ୍ତିରୁ ଓହରି ଯାଉଥିବା କହିଛନ୍ତି । 

ସେ କହିଛନ୍ତି ଯେ ଦୀର୍ଘ ସମୟ ଧରି ସେ ଅନେକ ପ୍ରସଙ୍ଗରେ ଆନ୍ଦୋଳନ କରିଆସିଛନ୍ତି। ଶାନ୍ତି ପୂର୍ବକ ବିକ୍ଷୋଭ ଅପରାଧ ନୁହେଁ। ମୁଁ ଗତ ୩ ବର୍ଷ ହେଲା କୃଷକଙ୍କ ପ୍ରସଙ୍ଗ ଉପସ୍ଥାପନ କରିଆସୁଛି। ସେମାନେ ଆତ୍ମହତ୍ୟା କରୁଛନ୍ତି, କାରଣ ସେମାନେ ଫଳାଉଥିବା ଫସଲ ଲାଗି ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ତେବେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସରକାରଙ୍କ ପତ୍ର ମୋତେ ମିଳିଛି ବୋଲି ସେ କହିଛନ୍ତି।

ଏବେ କେନ୍ଦ୍ର ସରକାର ତାଙ୍କର ୧୫ଟି ପ୍ରସଙ୍ଗ( ଚାଷୀଙ୍କ ଲାଗି ଆନ୍ନା ହଜାରେଙ୍କ ଦାବି) ଉପରେ କାର୍ଯ୍ୟ କରିବାକୁ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ଶନିବାର ଅନଶନ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ସୂଚନା ଯୋଗ୍ୟଯେ ଚଳିତମାସ ପ୍ରାରମ୍ଭରେ ଆନ୍ନା ହଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଜାନୁୟାରୀ ଶେଷରେ ତାଙ୍କ ଜୀବନର ଶେଷ ଅନଶନ କରିବେ ବୋଲି ସୂଚିତ କରିଥିଲେ।

ହଜାରେ ଅନଶନ ନ କରନ୍ତୁ ଚାହିୁଁଥିଲେ ସରକାର
ତେବେ ଆନ୍ନା ହଜାରେ ଅନଶନ ନ କରନ୍ତୁ ବୋଲି ସରକାର ଚାହୁଁ ଥିଲେ। ଏଥିଲାଗି ମହାରାଷ୍ଟ୍ର ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ହରିଭାଉ ବାଗଡେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ, ବିଜେପି ନେତା ରାଧାକୃଷ୍ଣ ବିଖେ ପାଟିଲ ପ୍ରମୁଖ ତାଙ୍କୁ ଭେଟି ଆନ୍ଦୋଳନ ନ କରନ୍ତୁ ବୋଲି ଅନୁରୋଧ କରିଥିଲେ।

ଚିଠାପ୍ରସ୍ତାବରେ ମନେଇବାକୁ ଉଦ୍ୟମ କରିଥିଲେ ସରକାର
ଆନ୍ନା ହଜାରେ ଆନ୍ଦୋଳନ ନ କରନ୍ତୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଦେବେନ୍ଦ୍ର ଫଡନବୀଶ ଓ ଗିରିଶ ମହାଜନଙ୍କୁ ଭେଟି ଏକ ଚିଠା ପ୍ରସ୍ତୁତ କରିଥିଲେ। ଆନ୍ନା ହଜାରେ ଡ୍ରାଫଟ ପଢି ଏଥିରେ ଥିବା ଦୋଷ ବାହାର କରିଥିଲେ। ତେବେ ଏଗୁଡିକୁ ସରକାର ସୁଧାର କରିବାକୁ ପ୍ରତିଶ୍ରୁତି ଦେବାରୁ ସେ ଆନ୍ଦୋଳନରୁ ଓହରି ଯାଇଛନ୍ତି।

   Related Posts