Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆନ୍ନା ହଜାରେଙ୍କ ଘୋଷଣା ! ଜାନୁୟାରୀରେ ଚାଷୀଙ୍କ ଲାଗି ଦିଲ୍ଲୀରେ କରିବେ ଜୀବନର ଶେଷ ଆନ୍ଦୋଳନ

29/12/2020 at 5:49 PM

ନୂଆଦିଲ୍ଲୀ ୨୯।୧୨: ଦେଶରେ ଆଣ୍ଟି-ଗ୍ରାଫ୍ଟ କ୍ରୁସାଡର ଭାବେ ଜଣାଶୁଣା ସାମାଜିକ କର୍ମୀ ଆନ୍ନା ହଜାରେ ତାଙ୍କ ଶେଷ ଆନ୍ଦୋଳନ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି। ସେ ଏହି ଆନ୍ଦୋଳନ ଦେଶର ଚାଷୀଙ୍କ ଲାଗି କରିବେ ବୋଲି କହିଥିବା ବେଳେ  ଦିଲ୍ଲୀଠାରେ ଜାନୁୟାରୀ ମାସରେ ଆରମ୍ଭ କରିବେ ।  ଏହି ମର୍ମରେ ସେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି। ଯେଉଁଥିରେ ଏମ.ଏସ୍.ସ୍ୱାମୀନାଥନ ଆୟୋଗ ସୁପାରିଶ ଲାଗୁ ସମେତ ତାଙ୍କ ଅନ୍ୟ ଦାବି ନେଇ ସରକାର ପଦକ୍ଷେପ ନେଇ ନଥିବାରୁ ସେ ପୁଣି ଅନଶନକୁ ଓହ୍ଲାଇବେ ବୋଲି ଉଲ୍ଲେଖ କରିଛନ୍ତି।

ଆନ୍ନା କହିଛନ୍ତି ଯେ ଯଦି ସରକାର କେବଳ ସ୍ୱାମୀନାଥନ ଆୟୋଗଙ୍କ ସୁପାରିଶ ଲାଗୁ କରନ୍ତେ ତେବେ ଦେଶରେ ଚାଷୀ ଆତ୍ମହତ୍ୟା ଭଳି ଘଟଣାର ପୁନରାବୃତ୍ତି ହୁଅନ୍ତା ନାହିଁ। ସେହିପରି ଫଳ ଓ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ଧାର୍ଯ୍ୟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ଆନ୍ନା କେବେଠୁ ଆନ୍ଦୋଳନକୁ ଓହ୍ଲାଇବେ ସେ ନେଇ ତାରିଖ ସ୍ପଷ୍ଟ କରିନାହାନ୍ତି।

ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ଚାଷୀମାନେ ଚଳିତମାସ ପ୍ରାରମ୍ଭରୁ ସରକାରଙ୍କ ମୂଲ୍ୟ ଆଶ୍ୱାସନ ଓ ଫାର୍ମ ସେବା ଅଧିନିୟମ-୨୦୨୦,  କିଷାନ (ସଶକ୍ତିକରଣ ଓ ସଂରକ୍ଷଣ) ବୁଝାମଣା, କିଷାନ ବ୍ୟାପାର ଓ ବାଣିଜ୍ୟ (ସମ୍ବର୍ଦ୍ଧନ ଓ ସୁବିଧା) ଅଧିନିୟମ ଆଇନ ୨୦୨୦ ଏବଂ ଅତ୍ୟାବଶକୀୟ ସାମଗ୍ରୀ ଅଧିନିୟନ ଆଇନ ୨୦୨୦କୁ ବିରୋଧ କରି ଅହୋରାତ୍ର ଧାରଣା ଦେଇ ବସିଛନ୍ତି।  ତେବେ ଆନ୍ନାଙ୍କ ଆନ୍ଦୋଳନ ସହ ଦିଲ୍ଲୀରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ସହ କୌଣସି ସମ୍ପର୍କ ନଥିବା ଜଣାପଡିଛି।  

   Related Posts