Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସରକାରଙ୍କ ବିରୋଧରେ ଆସନ୍ତାକାଲିଠୁ ଆମରଣ ଅନଶନ କରିବେ ଆନ୍ନା ହାଜାରେ, ବୁଝାଇବାକୁ କେନ୍ଦ୍ରମନ୍ତ୍ରୀ ଓ ନେତାଙ୍କ ପ୍ରୟାସ

29/01/2021 at 9:32 AM

ନୂଆଦିଲ୍ଲୀ,୨୯/୦୧ : ରାଜଧାନୀ ଦିଲ୍ଲୀରେ ଗତ ୨ ମାସରୁ ଅଧିକ ଦିନ ଧରି କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି । ସେମାନେ କୃଷି ଆଇନକୁ ବିରୋଧ କରିବା ସହ ସରକାର ଏହାକୁ ଶୀଘ୍ର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରୁଛନ୍ତି । ଏବେ ସମାଜସେବୀ ଆନ୍ନା ହାଜାରେ ଜାନୁଆରୀ ୩୦ରୁ ଆମରଣ ଅନଶନ କରିବେ ।

ଆନ୍ନା କହିଛନ୍ତି ଯେ, ସେ ୨୦୧୮ରୁ ସ୍ୱାମୀନାଥନ ଆୟୋଗଙ୍କ ସୁପାରିଶକୁ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି । କିନ୍ତୁ ସରକାର ତାଙ୍କର କୌଣସି କଥାକୁ ଗୁରୁତ୍ୱ ଦେଉନାହାଁନ୍ତି । ସରକାରଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ସେ ଜାନୁଆରୀ ୩୦ରୁ ଆମରଣ ଅନଶନ କରିବେ । ସେ ରାଲେଗଣରେ ଥିବା ସିଦ୍ଧି ଯାଦବ ବାବା ମନ୍ଦିରରେ ଅନଶନ କରିବେ ବୋଲି କହିଛନ୍ତି ।

ସୂତ୍ରାନୁସାରେ, ଆନ୍ନାଙ୍କୁ ମନାଇବା ପାଇଁ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏହାକୁ ରୋକିବା ପାଇଁ କୃଷି ରାଜ୍ୟମନ୍ତ୍ରୀ କୈଳାଶ ଚୌଦ୍ଧରୀଙ୍କୁ ଦାୟିତ୍ୱ ଦିଆଯାଇଛି । କୈଳାଶ ଶୁକ୍ରବାର ଆନ୍ନାଙ୍କ ସହ ଆଲୋଚନା କରିବେ । ସେହିପରି ମହାରାଷ୍ଟ୍ର ବିଧାନସଭାର ପୂର୍ବତନ ବାଚସ୍ପତି ହରିଭାଉ ଭାଗଡେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଆଦି ଆନ୍ନାଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ତେବେ ଆନ୍ନା ପଛକୁ ହଟିବେ ନାହିଁ ବୋଲି ଆଶା କରାଯାଉଛି ।

ଆନ୍ନା ନିଜ ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ଅନଶନ ବେଳେ କୌଣସି ହିଂସା ନକରିବାକୁ ନିବେଦନ କରିଛନ୍ତି । ସେ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ଏହାସହ ସେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାହୁଁଥିବା କହିଛନ୍ତି ।

   Related Posts