ନେତା କରିବେ ରାଲି, କ୍ରିକେଟର ଖେଳିବେ, ଅଭିନେତାଙ୍କ ସୁଟିଂ ହେବ ବେପାରୀଙ୍କ ବେଳକୁ କଟକଣା କାହିଁକି ? ପଚାରିଲେ ଅମ୍ବାନୀ

Published By : Prameya-News7 Bureau | April 08, 2021 IST

ମୁମ୍ବାଇ ୮।୪:  କରୋନା ଭାଇରସ ମହାମାରୀ ଲାଗି ସରକାର ନାନା କଟକଣା ଜାରି କରୁଛନ୍ତି। ତେବେ ଏହାକୁ ନେଇ ଅନିଲ ଅମ୍ବାନୀଙ୍କ ପୁଅ ଅନମୋଲ ଅମ୍ବାନୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏନେଇ ପୋଷ୍ଟ କରିଥିବା ବେଳେ କରୋନାକୁ ନେଇ ସରକାରଙ୍କ କଟକଣା ସହ ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟର କୌଣସି ସମ୍ପର୍କ ନଥିବା କହିଛନ୍ତି। ତେବେ ଲୋକଙ୍କ ଜୀବନକୁ ନିୟନ୍ତ୍ରିତ କରିବା ହୁଏତ ଏହାର ଉଦ୍ଦେଶ୍ୟ ହୋଇପାରେ ବୋଲି ସେ ଆଶଙ୍କ ପ୍ରକାଶ କରିଥିବା ବେଳେ ଏପରି ଚାଲିଲେ ସମାଜ ଓ ଅର୍ଥ ବ୍ୟବସ୍ଥାର ଆଧାରଭୂତ ସଂରଚନା ଧ୍ୱଂସ୍ତ ହୋଇଯିବବୋଲି ଲେଖିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

wp:embed {"url":"https://twitter.com/anmol_ambani/status/1379088077226844160","type":"rich","providerNameSlug":"twitter","responsive":true,"className":""}
https://twitter.com/anmol_ambani/status/1379088077226844160
/wp:embed

ରିଲାଏନ୍ସ କ୍ୟାପିଟାଲ ଲିମିଟେଡର ପୂର୍ବତନ ଏକଜ୍ୟୁକୁଟିଭ ଡାଇରେକ୍ଟର ୨୯ ବର୍ଷ ବୟସ୍କ ଅନମୋଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଲକଡାଉନର ଗୋଟିଏ ପରେ ଗୋଟିଏ କଟକଣାର କଡା ସମାଲୋଚନା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଅଭିନେତା ଫିଲ୍ମ ସୁଟିଂ କରିପାରିବେ, କ୍ରିକେଟର ବିଳମ୍ବିତ ରାତିପର୍ଯ୍ୟନ୍ତ ଖେଳିପାରିବେ, ନିର୍ବାଚନ ଲାଗି ନେତା ଲୋକଙ୍କୁ ଏକାଠି କରି ରାଲି କରିପାରିବେ ହେଲେ ଆପଣଙ୍କ  ବ୍ୟବସାୟ ଓ କାର୍ଯ୍ୟ ଜରୁରି ନୁହେଁ। ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ନିତ୍ୟାନ୍ତ ଜରୁରି କାର୍ଯ୍ୟର ସଂଜ୍ଞା ମଧ୍ୟ ଲେଖିଛନ୍ତି। ଯେଉଁଥିରେ ପ୍ରତ୍ୟେକଙ୍କ ଲାଗି ସେମାନଙ୍କ କାମ ଜରୁରି ବୋଲି ସେ ଲେଖିଛନ୍ତି।

{"id":435272,"width":839,"height":446,"sizeSlug":"large","linkDestination":"none"}

ସେ ଆଉ ଏକ ଟ୍ୱିଟ୍‌ରେ ସ୍ୱାସ୍ଥ୍ୟ ଓ ଲକଡାଉନ ସମ୍ପର୍କ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଲକଡାଉନ ଯୋଗୁ ସମାଜର ମେରୁଦଣ୍ଡ କୁହାଯାଉଥିବା ଦିନମଜୁରିଆ, ସେଲଫ ଏମ୍ପ୍ଲଏଡ୍, ରେଷ୍ଟୁରାଣ୍ଟ, ଢାବା ଓ ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟବସାୟୀ ଗୁରୁତର ପ୍ରଭାବିତ ହେଉଛନ୍ତି। ଏହା ଛଡା ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହେଉଛି କାରଣ ଜିମ୍‌, ଖେଳପଡିଆ ଓ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଉପରେ କଟକଣା କଡାକଡି କରାଯାଉଛି। ଉତ୍ତମ ସ୍ୱାସ୍ଥ୍ୟ ଲାଗି ତାଜା ପବନ, ବ୍ୟାୟାମ ଓ ସୂର୍ଯ୍ୟକିରଣ ନିତ୍ୟାନ୍ତ ଆବଶ୍ୟକ।

{"id":435273,"width":837,"height":559,"sizeSlug":"large","linkDestination":"none"}

ତେବେ ଏପରି କଟକଣା ଏକ ପିଢୀ ଲାଗି ବିପଦଜନକ ଯେଉଁମାନେ ସେମାନଙ୍କ ବାଲ୍ୟଜୀବନ ଏଥିରେ କଟାଉଛନ୍ତି ବୋଲି ଅନମୋଲ ଉଲ୍ଲେଖ କରିଛନ୍ତି। ଏମାନଙ୍କ ଲାଗି ଆଗକୁ ଏହା ସାଧାରଣ ହୋଇଯିବ ବୋଲି ସେ ସତର୍କ କରାଇଛନ୍ତି। ଏହା ଏକ ରଣନୀତି ଯାହା ଏକ ନୂଆ ବିଶ୍ୱବ୍ୟବସ୍ଥା ଲାଗି ଡିଜାଇନ କରାଯାଇଛି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଯାହା ସ୍ୱାସ୍ଥ୍ୟ ଲାଗି ନୁହେଁ ନିୟନ୍ତ୍ରଣ ଲାଗି ବୋଲି ସେ ଉଲ୍ଲେଖ  କରିଛନ୍ତି। ହୁଏତ ଆମେ ଅଜାଣତରେ ଏକ ଭୟାନକ ଯୋଜନାରେ ଫଶି ଯାଉଛେ ଯାହା ଆମ ଜୀବନକୁ ନିୟନ୍ତ୍ରିତ କରୁଛି ବୋଲି ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.