ପୁରୀରେ ଅଁଳା ନବମୀ ପ୍ରସ୍ତୁତି ଆରମ୍ଭ

Published By : Prameya-News7 Bureau | November 04, 2019 IST

ପୁରୀ ୪/୧୧: ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସାକ୍ଷୀଗୋପିନାଥ ମନ୍ଦିରରେ ଆସନ୍ତାକାଲି ପବିତ୍ର ଅଂଳାନବମୀ ଅନୁଷ୍ଠିତ ହେବାକୁ ଯାଉଛି। ବର୍ଷକରେ ଗୋଟିଏ ଦିନ ରାଧା ପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଆସନ୍ତାକାଲି ଭୋର ୪ଟାରୁ ଦର୍ଶନ ଆରମ୍ଭ ହେବ। ୨୨ ପ୍ଲାଟୁନ୍ ଫୋର୍ସ ସହ ପୋଲିସ ଅଧିକାରୀ ମୁତୟନ ରହିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏକପାଖିଆ ବ୍ୟାରିକେଡ଼୍, ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ନିୟନ୍ତ୍ରଣ ଓ କଟକଣା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ସେହିପରି ସ୍ବଚ୍ଛତା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.