ଆଜି ପବିତ୍ର ଅଁଳା ନବମୀ : ସାକ୍ଷୀଗୋପାଳ ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ବନ୍ଦ, ମନ୍ଦିର ଚାରିପଟ ୨୦୦ ମିଟର ପରିଧିରେ ୧୪୪ ଧାରା ଜାରି

Published By : Prameya-News7 Bureau | November 23, 2020 IST

ପୁରୀ ୨୩।୧୧: ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଗୋପୀନାଥ ମନ୍ଦିରରେ ପ୍ରତିବର୍ଷ ଆଜିର ଦିନରେ ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ହେଲେ ଏଥର ଅଳାଁ ନବମୀରେ ରାଧାପାଦ ଦର୍ଶନ ବନ୍ଦ । କୋଭିଡ଼ କଟକଣାକୁ ନଜରରେ ରଖି ମନ୍ଦିର ଚାରିପଟ ୨୦୦ ମିଟର ପରିଧିରେ ୧୪୪ ଧାରା ଜାରି ହୋଇଛି।

ସେଥିପାଇଁ ଆଜି ଭଳି ଦିନରେ ମନ୍ଦିର ପରିସର ଭକ୍ତ ଶୂନ୍ୟ ହୋଇପଡିଛି। ପବିତ୍ର ଅଁଳାନବମୀରେ ରାଧାପାଦ ଦର୍ଶନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ମନ୍ଦିର ଚାରିପାଖ ସମେତ ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ମଠ ଯାଏଁ ଗତ ରାତିରୁ ୧୪୪ ଧାରା ଜାରି କରାଯାଇଛି। ବର୍ଷକରେ ଗୋଟିଏ ଦିନ ରାଧାପାଦ ଦର୍ଶନ ସହ ଶ୍ରୀକୃଷ୍ଣଙ୍କ ନଟବର ବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥାଏ। କିନ୍ତୁ ଏଥର କେବଳ ସେବାୟତ ମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରୁଛନ୍ତି । ସୁରୁଖୁରୁରେ ନୀତି ସମ୍ପାଦନ ଓ ଭକ୍ତଙ୍କ ଗହଳି ଏଡ଼ାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.