ଗର୍ଲଫ୍ରେଣ୍ଡର ବିବାହ ଅଟକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ବୟଫ୍ରେଣ୍ଡର ଅନୁରୋଧ: ‘ମହୋଦୟ ଦୟାକରି ଶୀଘ୍ର ଲଗାନ୍ତୁ କଟକଣା’, ଅଟକିଯାଉ ବାହାଘର

Published By : Prameya-News7 Bureau | May 09, 2021 IST

ରାଜସ୍ଥାନ ୯/୫ : କରୋନାର ୨ୟ ଲହରକୁ ନେଇ ସବୁଠି ତ୍ରାହି ତ୍ରାହି ପଡିଲାଣି । ରାଜସ୍ଥାନର ବି ଏହାର ପ୍ରଭାବ ବେଶ ଅଧିକ ରହିଛି । ଏହାକୁ ଦୃଷିରେ ରଖି ଗେହଲତ ସରକାର ମେ ୫ରୁ ୧୫ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ମେ ୧ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ନିଜର ଫେସବୁକ ପେଜରେ ଏକଥା ସ୍ପଷ୍ଟ କରିଥିଲେ । ତାଙ୍କର ଏହି ପୋଷ୍ଟକୁ କେହି କେହି ଲାଇକ କରିବା ସହ କମେଣ୍ଟ ମଧ୍ୟ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ପୋଷ୍ଟରେ ଲେଖିଥିଲେ ଦୟାକରି ଯେଉଁମାନଙ୍କର ବିବାହ ହେବାକୁ ଯାଉଛି, ସେମାନେ ବାହାଘରକୁ ଘୁଞ୍ଚାଇ ଦିଅନ୍ତୁ । କାରଣ ସଂକ୍ରମଣର ଚେନ୍ ବ୍ରେକ୍ କରିବାକୁ ଆମେ କଠୋର ହେଉଛୁ । ଆପଣମାନେ ମଧ୍ୟ ଆମକୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ କେହି କେହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବି କହିଥିଲେ । ଏହି ପୋଷ୍ଟରେ ପାଖାପାଖି ଦେଢହଜାରରୁ ଅଧିକ କମେଣ୍ଟ ସହ ୩୦ହଜାରରୁ ଅଧିକ ଲାଇକ ମିଳିଛି ।

wp:gallery {"ids":[450196],"linkTo":"none"} /wp:gallery

ହେଲେ ମେ ୪ରେ ପୋଷ୍ଟରେ ଆସିଥିବା କମେଣ୍ଟକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି । ରାଜସ୍ଥାନର ଜଣେ ଯୁବକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ନେହୁରା ହୋଇ ସାହାଯ୍ୟ ମାଗୁଛନ୍ତି । ସେ ଫୁଣି ଏମିତି ସେମିତି ସାହାଯ୍ୟ ନୁହେଁ । ଅଙ୍କୁର ଦରବାଲ ନାମକ ଜଣେ ଯୁବକଙ୍କ କମେଣ୍ଟ ଏବେ ବେଶ୍ ଭାଇରାଲ ହେଉଛି । ସେ ଲେଖିଛନ୍ତି ଦୟାକରି ଆପଣ ମେ ୪ ରାତିରୁ ଏହି କଟକଣା ଲାଗୁ କରିଦିଅନ୍ତୁ । ଫଳରେ ୫ତାରିଖରେ ମୋ ପ୍ରେମିକାର ବିବାହ ଅଟକିଯବି। ନଚେତ୍ ମୋ ପ୍ରେମିକା ବାହାହୋଇ ଚାଲିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.