Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବିବାହ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଙ୍କିତା ଲୋଖଣ୍ଡେ, ଫଟୋ ସେୟାର କରି କହିଲେ କାରଣ

9/12/2021 at 9:28 AM

ନୂଆଦିଲ୍ଲୀ ୦୯/୧୨: ‘ପବିତ୍ର ରିସ୍ତା’ ଫେମ୍ ଅଙ୍କିତା ଲୋଖଣ୍ଡେ ତାଙ୍କ ପ୍ରେମିକ ବିକି ଜୈନଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଉଭୟେ ତାଙ୍କ ବିବାହ ପ୍ରସ୍ତୁତିକୁ ନେଇ ବେସ୍ତ ଅଛନ୍ତି। ନିକଟରେ ସେମାନେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସାରୀଙ୍କୁ ତାଙ୍କ ବିବାହରେ ନିମନ୍ତ୍ରଣ କରିବା ପାଇଁ ଭେଟିଥିଲେ। କିନ୍ତୁ, ବିବାହର ପ୍ରସ୍ତୁତି ମଧ୍ୟରେ ଅଙ୍କିତାଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଅଭିନେତ୍ରୀଙ୍କୁ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ ମୋଡି ହୋଇଯିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିଦିଆଯାଇଛି। ଡିସଚାର୍ଜ ହେବା ପରେ ମଧ୍ୟ ଡାକ୍ତର ତାଙ୍କୁ ବେଡ୍ ରେଷ୍ଟ ନେବାକୁ ପରାମର୍ଶ ଦେଇଛନ୍ତି।

अंकिता लोखंडे

ଅଭିନେତ୍ରୀ ନିଜେ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି। ଫଟୋରେ ତାଙ୍କ ଗୋଡ଼ ବ୍ୟାଣ୍ଡେଜ୍ ରେ ବନ୍ଧା ହୋଇଥିବା ଦେଖାଯାଇଛି। ଏହି ଫଟୋକୁ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରି ସେ ଲେଖିଛନ୍ତି, ଟକ୍ ଟୁ ମାଇଁ (ପାଦର ଏକ ଇମୋଜି)। ଏହା ସହିତ ସେ ଏହି ଫଟୋକୁ ବିକିଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

अंकिता लोखंडे की शादी का कार्ड

ଅଙ୍କିତା ଏବଂ ବିକିଙ୍କ ଘରେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦୁହେଁ ମୁମ୍ବାଇର ଗ୍ରାଣ୍ଡ ହାଇଟ୍ ଠାରେ ବିବାହ କରିବେ। କିଛି ଦିନ ପୂର୍ବେ ଏହି ଦମ୍ପତିଙ୍କ ଘନିଷ୍ଠ ବନ୍ଧୁ ଶ୍ରଦ୍ଧା ଆର୍ଯ୍ୟ ବିବାହ କାର୍ଡର ଫଟୋ ସେୟାର କରିଥିଲେ। ତାଙ୍କର ବିବାହ ପୂର୍ବରୁ ଅଙ୍କିତା ଏକ ବ୍ୟାଚଲର୍ ପାର୍ଟୀ କରିଥିଲେ। ଏହି ପାର୍ଟୀରେ ସୃଷ୍ଟି ରୋଡେ, ଶ୍ରଦ୍ଧା ଆର୍ଯ୍ୟଙ୍କ ସମେତ ଅନେକ କଳାକାର ଯୋଗ ଦେଇଥିଲେ। ଅଭିନେତ୍ରୀ ତାଙ୍କ ବ୍ୟାଚଲର୍ ପାର୍ଟୀ ପାଇଁ ବରଗଣ୍ଡି ଡ୍ରେସ୍ ପିନ୍ଧିଥିଲେ। ସମ୍ପ୍ରତି, ବିକି-ଅଙ୍କିତା ଏକ କାର୍ଯ୍ୟକ୍ରମରେ ପାରମ୍ପାରିକ ମହାରାଷ୍ଟ୍ରୀୟ ପୋଷାକ ପିନ୍ଧିଥିଲେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।

   Related Posts