ଟେନସନରେ ଅଙ୍କିତା ଲୋଖଣ୍ଡେଙ୍କ ବୟଫ୍ରେଣ୍ଡ୍ : ସୁଶାନ୍ତଙ୍କ ମୃତ୍ୟୁ ପରେ କାହିଁକି ବ୍ଲକ୍ କରିଦେଲେ କମେଣ୍ଟ୍ ବକ୍ସ୍?

Published By : Prameya-News7 Bureau | July 09, 2020 IST

ମୁମ୍ବାଇ ୯/୭: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ଫ୍ୟାନଙ୍କୁ ତଗଡ଼ା ଝଟକା ଲାଗିଛି। ସେ କାହିଁକି ସୁଇସାଇଡ କଲେ,ପୋଲିସ୍ ଏହି କଥା ପତ୍ତା ଲଗାଇବାରେ ଜୁଟିଛନ୍ତି କିନ୍ତୁ ସୋସିଆଲ୍ ମିଡିଆରେ ବିବାଦ ଥମିବାର ନାଁ ନେଉନାହିଁ। ବଲିଉଡରେ ନେପୋଟିଜମ ଏବଂ କ୍ୟାମ୍ପବାଜିକୁ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କୁହାଯାଉଛି।

{"id":298229,"sizeSlug":"large"}

କରଣ ଜୋହର,ଆଲିୟା ଭଟ୍ଟ,ଅନନ୍ୟା ପାଣ୍ଡେ ଭଳି ସେଲିବ୍ରିଟିଙ୍କୁ ମଧ୍ୟ ଘୃଣାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ତାଲିକାରେ ଅଙ୍କିତା ଲୋଖଣ୍ଡେଙ୍କ ବୟଫ୍ରେଣ୍ଡ ବିକି ଜୈନଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି

{"id":298231,"sizeSlug":"large"}

ସୁଶାନ୍ତଙ୍କ ମୃତ୍ୟୁ ପରେ ବିକିଙ୍କୁ ସୋସିଆଲ୍ ମିଡିଆରେ ଲଗାତାର ଘୃଣ୍ୟ କମେଣ୍ଟସର ସମ୍ମୁଖୀନ ହେବାକୁ ପଡ଼ୁଥିଲା ଯାହା ପରେ ବିକି ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ କମେଣ୍ଟ ସେକ୍ସନକୁ ବନ୍ଦ କରି ଦେଇଛନ୍ତି ଯାହା ଦ୍ବାରା କେହି ବି ତାଙ୍କ ପୋଷ୍ଟରେ କୌଣସି କମେଣ୍ଟ କରିପାରିବେ ନାହିଁ। ବିକି ଏତେ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁନଥିଲେ ସୁଦ୍ଧା ତାଙ୍କ ଶେଷ ପୋଷ୍ଟ୍ ଡିସେମ୍ବରରେ କରିଥିଲେ। କିନ୍ତୁ ଲୋକେ ତାଙ୍କ ପୁରୁଣା ପୋଷ୍ଟରେ ହିଁ ଭଲ ମନ୍ଦ କହିବାକୁ ଲାଗିଲେ।

{"id":298232,"width":588,"height":325,"sizeSlug":"large"}

ଜଣେ ୟୁଜର କହିଛନ୍ତି,‘ ଅଙ୍କିତାଙ୍କୁ ଛାଡ଼ି ଦିଅ’। ଆଉ ଜଣେ ୟୁଜର ଲେଖିଛନ୍ତି ,‘ଆପଣ ଅଙ୍କିତାଙ୍କୁ ଡିଜର୍ଭ କରନ୍ତି ନାହିଁ,ତାଙ୍କୁ କେବଳ ସୁଶାନ୍ତ ସିଂହ ରାଜପୁତ ଡିଜର୍ଭ କରୁଥିଲେ।’

{"id":298233,"width":589,"height":600,"sizeSlug":"large"}

ଅନ୍ୟ ଜଣେ ଲେଖିଛନ୍ତି,‘ଭାଇ ଆପଣ ହିଁ ମଝିରେ ଆସି ସେ ଦୁଇ ଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲେ। ଆଉ କେତେକ ୟୁଜର ବିକିଙ୍କୁ ଅଙ୍କିତାଙ୍କ ଦେଖାଶୁଣା କରିବାକୁ ପରାମର୍ଶ ଦେଇଛନ୍ତି କାରଣ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସେ ଦୁଃଖୀ ଅଛନ୍ତି।

{"id":298234,"sizeSlug":"large"}

ସୁଶାନ୍ତ ଏବଂ ଅଙ୍କିତା ୬ବର୍ଷ ଯାଏଁ ଲିଭ ଇନ ରିଲେସନଶିପରେ ଥିଲେ କିନ୍ତୁ ୨୦୧୬ରେ ଦୁହିଁଙ୍କ ବ୍ରେକଅପ୍ ହୋଇ ଯାଇଥିଲା। ଏହାର କିଛି ବର୍ଷ ପରେ ଅଙ୍କିତାଙ୍କ ଜୀବନରେ ମୁମ୍ବାଇର ବ୍ୟବସାୟୀ ବିକି ଜୈନ ଆସିଥିଲେ। ଅଙ୍କିତା ଅଧିକାଂଶ ସମୟରେ ବିକ୍କିଙ୍କ ସହ ରୋମାଣ୍ଟିକ୍ ଫଟୋ ସେୟାର କରନ୍ତି।

{"id":298235,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.