Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିତିଗଲାଣି ୧୫ ଦିନ, ସୁଶାନ୍ତ ସିଂହଙ୍କୁ ମନେପକାଇ ଏବେ ମଧ୍ୟ କାନ୍ଦୁଛନ୍ତି ଅଙ୍କିତା

28/06/2020 at 4:29 PM

ମୁମ୍ବାଇ ୨୮/୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଏଣେ ପର୍ଯ୍ୟନ୍ତ ଶୋକରୁ ବାହାରି ପାରିନାହାନ୍ତି | ସୁଶାନ୍ତଙ୍କୁ ମନେପକାଇ ସେ ଏବେ ମଧ୍ୟ ଲୁହ ଝରଉଛନ୍ତି | ଅଙ୍କିତା ଓ ସୁଶାନ୍ତଙ୍କ ନିକଟ ବନ୍ଧୁ ସନ୍ଦୀପ ସିଂହ କହିଛନ୍ତି ଯେ ଅଙ୍କିତା ସୁଶାନ୍ତଙ୍କ ବହୁତ ଯତ୍ନ ନେଉଥିଲେ | ସେଵା ସୁଶାନ୍ତଙ୍କ ପସନ୍ଦରେ ସବୁ କାମ କରୁଥିଲେ | ସେ କହିଛନ୍ତି ଯେ, ଅଙ୍କିତା କେବଳ ଗାର୍ଲଫ୍ରେଣ୍ଡ ନଥିଲେ | ସେ ସୁଶାନ୍ତଙ୍କ ଜୀବନରେ ମା’ଙ୍କ ଜାଗା ନେଇଥିଲେ | ସେ ମା ଭଳି ତାଙ୍କର ଯତ୍ନ ନେଉଥିଲେ, ତାଙ୍କୁ ଭଲ ପାଉଥିଲେ |

ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ ୨୦ ବର୍ଷ ହୋଇଗଲାଣି କିନ୍ତୁ ସେ ଅଙ୍କିତାଙ୍କ ଭଳି ଝିଅ ଦେଖିନାହାନ୍ତି ବୋଲି କହିଛନ୍ତି | ଅଙ୍କିତା ସବୁବେଳେ ସୁଶାନ୍ତଙ୍କ ମନ ପସନ୍ଦର ଖାଇବା ତିଆରି କରୁଥିଲେ | ଏପରିକି ଘରର ଈଂଟରିୟର ମଧ୍ୟ ସୁଶାନ୍ତଙ୍କ ପସନ୍ଦର ଥିଲା | ଅଙ୍କିତା ବହୁତ ଇମୋସନାଲ | କ୍ୟାରିଅରରେ ଉଚ୍ଚ ସ୍ଥାନକୁ ପହଞ୍ଚିବା ପରେ ସେ ସୁଶାନ୍ତଙ୍କ ଖୁସି ପାଇଁ ଅଭିନୟ ପାଖାପହି ଚଡି ଦେଇଥିଲେ | ସେ ଟିଭି ଜଗତର ଜଣାଶୁଣା ଚେହେରା | ତାଙ୍କୁ ଫିଲ୍ମରୁ ଅଫର ଆସିଥିଲା | ବ୍ରେକଅପ ପରେ ମଧ୍ୟ ସୁଶାନ୍ତଙ୍କ ଯେଉଁ ଫିଲ୍ମ ରିଲିଜ ହେବାକୁ ଥାଏ ଫିଲ୍ମର ସଫଳତା ପାଇଁ ସେ ଶୁକ୍ରବାର ଦିନ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଥିଲେ |

ସନ୍ଦୀପ କହିଛନ୍ତି ଯେ, ଯେତେବେଳେ ସେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିଥିଲେ ସେତେବେଳେ ସେ ଅଙ୍କିତାଙ୍କ କଥା ଚିନ୍ତା କରିଥିଲେ | ଆମ୍ବୁଲାନ୍ସରେ ଘରୁ ହସ୍ପିଟାଲ ଯିବା ପର୍ଯ୍ୟନ୍ତ ସେ ଅଙ୍କିତାଙ୍କୁ ବହୁତ ଥର ଫୋନ କରିଥିଲେ କିନ୍ତୁ ସେ ଫୋନ ରିସିଭ କରିନଥିଲେ | ପୋଷ୍ଟମର୍ଟମ ପରେ ସେ ଅଙ୍କିତାଙ୍କ ଘରକୁ ଯାଇଥିଲେ | ସନ୍ଦୀପଙ୍କୁ ଦେଖି ଅଙ୍କିତା ତାଙ୍କୁ ଯେଉଁଭଳି ଦୁଃଖରେ ଆଲିଙ୍ଗନ କରିଥିଲେ ୧୦ ବର୍ଷ ମଧ୍ୟରେ ଆଗରୁ କେବେ ସେମିତି କରିନଥିଲେ ବୋଲି ସେ କହିଛନ୍ତି | ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଅଙ୍କିତା ସମ୍ପୂର୍ଣ ଭାଙ୍ଗି ଯାଇଛନ୍ତି ବୋଲି ସନ୍ଦୀପ କହିଛନ୍ତି | ସେ ଏପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି | ଅଙ୍କିତାଙ୍କ ଏହିଭଳି ଅବସ୍ଥା ଦେଖି ସେ ମଧ୍ୟ ବହୁତ ଦୁଃଖି ବୋଲି କହିଛନ୍ତି | 

   Related Posts