ବିହାର ପୋଲିସକୁ ଦେଇଥିବା ବୟାନରେ ଅଙ୍କିତାଙ୍କ ବଡ ଖୁଲାସା, 'ହାରାସ କରୁଥିଲେ ରିୟା'

Published By : Prameya-News7 Bureau | July 30, 2020 IST

ମୁମ୍ବାଇ ୩୦/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ବହୁତ ନିକଟତର ଅଛନ୍ତି | ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ସେ ଦୁଇଥର ପାଟନା ଯାଇଥିବା ମଧ୍ୟ କୁହାଯାଉଛି | ରିୟାଙ୍କ ସହିତ ସୁଶାନ୍ତଙ୍କ ଖରାପ ସମ୍ପର୍କକୁ ନେଇ ମଧ୍ୟ ଅଙ୍କିତା ସୁଶାନ୍ତଙ୍କ ପରିବାର ସହ କଥାବାର୍ତ୍ତା କରିଥିବା କୁହାଯାଉଛି | କେବଳ ସେତିକି ନୁହେଁ ଅଙ୍କିତା ସୁଶାନ୍ତ ସିଂହଙ୍କ ସହିତ ହୋଇଥିବା କିଛି କଥାବର୍ତ୍ତତା ଚାଟ ମଧ୍ୟ ତାଙ୍କ ଭଉଣୀ ଶ୍ଵେତାଙ୍କୁ ଦେଖାଇଥିଲେ ଯେଉଁଥିରେ ସେ ରିୟାଙ୍କ ସମ୍ପର୍କରେ ଅନେକ କଥା କହିଥିଲେ | ଅଙ୍କିତା ବର୍ତ୍ତମାନ ବିହାର ପୋଲିସକୁ ମଧ୍ୟ ନିଜର ବୟାନ ଦେଇଛନ୍ତି ଯେଉଁଥିରେ ଅନେକ ମହତ୍ଵପୁର୍ଣ ଖୁଲାସା ହୋଇଛି |

{"id":307677,"sizeSlug":"large"}

ଅଙ୍କିତା ଲୋଖଣ୍ଡେ ବିହାର ପୋଲିସକୁ କହିଛନ୍ତି ଯେ ଫିଲ୍ମ 'ମଣିକର୍ଣ୍ଣିକା' ପ୍ରମୋସନ ସମୟରେ ସୁଶାନ୍ତ ସିଂହ ତାଙ୍କୁ ୱିସ୍ କରିବାକୁ ମେସେଜ କରିଥିଲେ | ଉଭୟ ଚାଟରେ ଅନେକ କଥାବାର୍ତ୍ତା କରିଥିଲେ | ଅଙ୍କିତା କହିଥିଲେ ଯେ, ସୁଶାନ୍ତ ଅତ୍ୟନ୍ତ ଭାବବିହ୍ୱଳ ହୋଇ ତାଙ୍କୁ କହିଥିଲେ ସେ ରିୟାଙ୍କ ସହିତ ରିଲେସନସିପରେ ଖୁସି ନୁହନ୍ତି, ସେ ବହୁତ ହଇରାଣ ହେଉଛନ୍ତି | ଅଙ୍କିତା କହିଛନ୍ତି ଯେ ସୁଶାନ୍ତ ରିୟାଙ୍କ ସହିତ ସମ୍ପର୍କ ତୁଟାଇବାକୁ ଚାହୁଁଥିଲେ | ସେ ରିୟାଙ୍କ ସହିତ ସବୁକିଛି ଶେଷ କରିବାକୁ ଚାହୁଁଛନ୍ତି | କାରଣ ରିୟା ତାଙ୍କୁ ବହୁତ ହାରାସ କରୁଛନ୍ତି |

{"id":307679,"sizeSlug":"large"}

ଅଙ୍କିତା ତାଙ୍କର ଓ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା ଚାଟର କିଛି ଅଂଶ ପୋଲିସ ସହ ମଧ୍ୟ ସେୟାର କରିଛନ୍ତି | ଅଙ୍କିତା ଆହୁରି କହିଛନ୍ତି ଯେ ସୁଶାନ୍ତଙ୍କ ସହିତ ତାଙ୍କର ଗଭୀର ସମ୍ପର୍କ ଥିଲା | ସେ ସୁଶାନ୍ତଙ୍କୁ ହୃଦୟରୁ ବହୁତ ଭଲ ପାଉଥିଲେ | ସେ ତାଙ୍କୁ ସବୁ ପରିସ୍ଥିତିରେ ସମ୍ଭାଳି ନେଉଥିଲେ | ସୁଶାନ୍ତ ସିଂହ ସହଜରେ କାହାକୁ ନିଜମନ କଥା କହି ପାରୁନଥିଲେ ବୋଲି ଅଙ୍କିତା କହିଛନ୍ତି | ଅଙ୍କିତା ଆହୁରି କହିଛନ୍ତି ଯେ ୨୦୧୬ ମସିହାରେ ସୁଶାନ୍ତଙ୍କ ସହିତ ବ୍ରେକଅପ ପରେ ସେ ଭାବିଥିଲେ ଯେ ସୁଶାନ୍ତ ତାଙ୍କ ପାଖକୁ ଫେରି ଆସିବେ | କିନ୍ତୁ ସେ ଆସିନଥିଲେ | ସେ ଅତ୍ୟନ୍ତ ଦୁଃଖିତ ହୋଇ କହିଥିଲେ ଯେ ସୁଶାନ୍ତ ତାଙ୍କ ସହିତ ଥିଲେ ଆଜି ଏହିଭଳି କୌଣସି ଘଟଣା ଘଟିନଥାନ୍ତା, ସେ ଆଜି ମଧ୍ୟ ଆମ ସମସ୍ତଙ୍କ ମଧ୍ୟରେ ଥାଆନ୍ତେ ଓ ଖୁସିରେ ଥାଆନ୍ତେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.