Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅଙ୍କିତା ମନେ ପକାଇଲେ ସୁଶାନ୍ତଙ୍କ ସହ ତାଙ୍କର ପ୍ରଥମ ଦେଖା : କହିଲେ ସେଦିନ ରାଗି ଯାଇଥିଲେ ମୋ ଉପରେ ସୁଶାନ୍ତ…

12/09/2021 at 1:58 PM

ମୁମ୍ବାଇ ୧୨/୦୯ : ଟେଲି ଧାରାବାହିକର ଲୋକପ୍ରିୟ ଟିଭି ଶୋ ପବିତ୍ର ରିସ୍ତା ପୁଣିଥରେ ଆରମ୍ଭ ହୋଇଯାଇଛି । ପବିତ୍ର ରିସ୍ତାରେ ପ୍ରଥମ ଶୋରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ନଜର ଆସିଥିଲେ । ଆଉ ଦର୍ଶକ ମଧ୍ୟ ଦୁହିଁଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ । ଆଉ ଏଥିରେ କାମ କରିବା ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ହେଲେ ସୁଶାନ୍ତ ପରଲୋକ ପରେ ପବିତ୍ର ରିସ୍ତା-୨ ରେ ଅଙ୍କିତାଙ୍କ ସହିତ ଏବେ ଶାହୀର ଶେଖର ଅଭିନୟ କରୁଛନ୍ତି । ତେବେ ଅଙ୍କିତା ଲୋଖଣ୍ଡେ ଏହି ଶୋ ସମ୍ପର୍କରେ ଗଣମାଧ୍ୟମରେ କହୁଥିବା ସମୟରେ ସୁଶାନ୍ତଙ୍କୁ ମନେ ପକାଇଛନ୍ତି । ସେ ସୁଶାନ୍ତଙ୍କ ସହିତ ପ୍ରଥମ ସାକ୍ଷାତ ସମ୍ପର୍କରେ କହିଛନ୍ତି ।

ସେ କହିଛନ୍ତି ଯେ,  ପ୍ରଥମ ସାକ୍ଷାତ୍ ଖୁବ୍ ଅଜବ ଧରଣ ଥିଲା । ସୁଶାନ୍ତ ସେଟ୍‌ରେ ବହୁତ ଚୁପ୍‌ଚାପ୍‌ ରୁହନ୍ତି । ସେ ତାଙ୍କ ଦୁନିଆରେ ମସଗୁଲ୍ ରୁହନ୍ତି । ଯେବେ ସେ ପ୍ରଥମ ଥର ସୁଶାନ୍ତଙ୍କୁ ପବିତ୍ର ରିସ୍ତା ସେଟ୍ ଉପରେ ଭେଟିଥିଲେ । ତାଙ୍କ ପ୍ରଥମ ଦେଖା ଏତେ ଭଲ ନଥିଲା । ସେ ଲେଟ୍ ରେ ଆସିଥିବାରୁ ସୁଶାନ୍ତ ଖୁବ୍ ରାଗି ଯାଇଥିଲେ । ଅଙ୍କିତା କହିଛନ୍ତି ଯେ, ତାଙ୍କ ପ୍ରୋମୋ ଶୁଟ୍ ଥିଲା ଓ ସୁଶାନ୍ତ ତାଙ୍କୁ ନେବାକୁ ଆସିଥିଲେ । ଅଙ୍କିତା ରେଡି ହେବାକୁ ଖୁବ୍ ସମୟ ଲଗାଇଥିଲେ ଯେଉଁଥିପାଇଁ ସୁଶାନ୍ତଙ୍କୁ ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା । ଏଥିପାଇଁ ସୁଶାନ୍ତ ଖୁବ୍ ରାଗି ଯାଇଥିଲେ ।

ଏହା ସହ ଅଙ୍କିତା ଆହୁରି କହିଛନ୍ତି ଯେ ପ୍ରାୟ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ମୁଁ ଓ ମାଆ ଆସି କାର୍ ର ପଛ ସିଟ୍ ରେ ବସିଲୁ ଓ ମୁଁ ଶୋଇଗଲି । ସୁଶାନ୍ତଙ୍କୁ ମୋ ଏହି ବ୍ୟବହାର ପସନ୍ଦ ଆସିନଥିଲା ଓ ସେ ଖୁବ୍ ଜୋରରେ ରାଗିଗଲେ । ଆଉ ଗାଡ଼ିକୁ ଡ୍ରାଇଭର୍ ଠାରୁ ନେଇ ନିଜେ ଚଲାଇଲେ । ସେ ଏକଦମ୍ ରେସିଂ ଗାଡ଼ି ଚଲାଇବା ପରି ଚଲାଇବାକୁ ଲାଗିଲେ । ସେତିକି ବେଳେ ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କିଛି ବୁଝିପାରୁ ନଥିଲି । ମୋ ମାଆ ମୋତେ କହିଥିଲେ ସୁଶାନ୍ତ ତୁମ ଆଚରଣ ରେ ଖୁବ୍ ରାଗିଯାଇଛନ୍ତି । ତେଣୁ ଏପରି କରୁଛନ୍ତି ।

ଅନ୍ୟପଟେ ସେହି ସିରିୟଲ ସମୟରେ ଦୁହିଁଙ୍କ ମଧ୍ୟ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ୬ ବର୍ଷ ଏକାଠି ଥିଲେ । ହେଲେ ପରେ କୌଣସି କାରଣରୁ ଦୁହିଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହା ପରେ ସୁଶାନ୍ତ ଅନେକ ଅଭିନେତ୍ରୀଙ୍କ ସହ ସମ୍ପର୍କରେ ଆସିଥିଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ରିୟା ଚକ୍ରବର୍ତ୍ତିଙ୍କୁ ଡେଟ୍ କରୁଥିଲେ । ବର୍ତ୍ତମାନ ଅଙ୍କିତା ତାଙ୍କ ବୟଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି ।

   Related Posts