ଗୋଆ ବିଚ୍‌ରେ ଭିକିଙ୍କ କୋଳରେ ସୁଶାନ୍ତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ, ଫଟୋ ଭାଇରାଲ୍…

Published By : Prameya-News7 Bureau | December 25, 2020 IST

ମୁମ୍ବାଇ ୨୫।୧୨ : ବଲିଉଡ଼ ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡେ ନିଜର ପୁରୁଷ ବନ୍ଧୁ ଭିକି ଜୈନଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚା ଲାଗିରହିଛି । ଅତୀତରେ ଅଙ୍କିତା ନିଜ ପୁରୁଷବନ୍ଧୁଙ୍କ ସହ ଅନେକ ଥର ଫଟୋ ସେୟାର କରିବାର ନଜର ଆସିଛି । କିନ୍ତୁ ଏବେ ଅଙ୍କିତା ଓ ନିଜ ବନ୍ଧୁ ଭିକି ଗୋଆରେ ଛୁଟି କାଟୁଛନ୍ତି । ଯାହାର କିଛି ଫଟୋ ଅଙ୍କିତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

wp:html
/wp:html

ତେବେ ଅଙ୍କିତା ଛାଡିଥିବା ଫଟୋରେ, ଭିକିଙ୍କ କୋଳରେ ଅଙ୍କିତା ବସିଥିବାରେ ଦେଖିବାକୁ ମିଳିଛି । ଏହା ସହିତ ଗୋଆ ବିଚ୍‌ର ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି । ଅଙ୍କିତା ରେଡ୍‌ ଫ୍ଲୋଏରେଲ୍‌ ସାର୍ଟ ଓ ଡେନିମ୍‌ସ ସର୍ଟସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି । ସେହିପରି ଭିକି ଟି-ସାର୍ଟ ଓ ସର୍ଟସ୍‌ରେ ନଜର ଆସିଛନ୍ତି । ଏହାବ୍ୟତୀୟ ଅଙ୍କିତି ନିଜର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜର ପରିବାର ଓ ସାଙ୍ଗ ସହିତ ନଜର ଆସିଛନ୍ତି ।

{"id":382469,"sizeSlug":"large","linkDestination":"none"}

ତେବେ ଅଙ୍କିତା ଛାଡିଥିବା  ଫଟୋରେ କିଛି କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ, ଆମେ ସମସ୍ତେ ଗୋଟିଏ ପରିବାର, କିଏ କିଏ ପୁଣି ଥରେ ଗୋଆ ଆସିବାକୁ ଚାହୁଁଛି , ନିଜ ନିଜର ହାତ ଉଠାଅ । ଅଙ୍କିତାଙ୍କ ଫଟୋରେ ଫ୍ୟାନ୍ସମାନେ ମଧ୍ୟ ଖୁବ୍‌ କମେଣ୍ଟ ଦେଇଛନ୍ତି ।

ସେହିପରି ନିକଟରେ ଅଙ୍କିତା ନିଜର ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନ ସେଲିବ୍ରେସନ କରୁଥିବାର ଭିଡିଓ ଅଙ୍କିତା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହାପରେ ଖୁବ୍‌ ଟ୍ରୋଲ ହୋଇଥିଲା ଭିଡିଓଟି । ସୋସିଆଲ୍‌ ମିଡିଆରେ ଅନେକ ଫ୍ୟାନ୍ସ କହିଥିଲେ କି, ସୁଶାନ୍ତ ରାଜପୁତଙ୍କ ମୃତ୍ୟୁର ଦୁଃଖକୁ ଏପରି ଭାବେ ସେଲିବ୍ରେସନ୍‌ କରୁଛ । ଏହା ସହିତ ସନ୍ଦୀପ ସିଂହଙ୍କୁ ପାର୍ଟିକୁ ଡକାଇବାକୁ ନେଇ ମଧ୍ୟ ଅନେକ ଫ୍ୟାନ୍ସ ସମାଲୋଚନା କରିଥିଲେ ।  ତେବେ ଫ୍ୟାନ୍ସମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ କି, ମୁଁ ଏବଂ ମୋ ହୃଦୟ ଅନେକ ପ୍ରସଙ୍ଗକୁ ନେଇ ଲଢେଇ ଜାରି ରଖିଛୁ । କିନ୍ତୁ ଗୋଟିଏ ପ୍ରସଙ୍ଗ ଉପରେ କେତେବେଳେ ରହିବା ସମ୍ଭବ ନୁହଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.