ବିବାହ ପୂର୍ବରୁ ଅଙ୍କିତାଙ୍କୁ ମିଳିଲା ଖାସ୍ ଉପହାର, ଫଟୋ ସେୟାର କରି ଜଣାଇଲେ ଅଭିନେତ୍ରୀ...

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଳୀ ୧୧।୧୧ :  ବର୍ତ୍ତମାନ ବି-ଟାଉନ୍‌ରେ ଏବେ ବିବାହର ଋତୁ ଆରମ୍ଭ ହୋଇଛି । ବିବାହକୁ ନେଇ ଖବର ଏବେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ମଧ୍ୟ ରହିଛି । ଯଦି ରିପୋର୍ଟ ଅନୁଯାୟୀ କୁହାଯାଏ ତେବେ ଅଙ୍କିତା ନଭେମ୍ବର-ଡିସେମ୍ବରରେ ତାଙ୍କ ପ୍ରେମିକ ଭିକି ଜୈନ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ । ଏସବୁ ମଧ୍ୟରେ ଅଙ୍କିତା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ  କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ନୂଆ ଚପଲ, ପୋଷାକ ଏବଂ ମେକଅପ୍ କିଟ୍ ଦେଖାଇଛନ୍ତି ।

{"id":542079,"width":846,"height":476,"sizeSlug":"full","linkDestination":"none"}

ଅଙ୍କିତା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଥିବା ଫଟୋ ଗୁଡିକ ଆପଣ ଦେଖିପାରିବେ ଯେ ଭିନ୍ନ ଭିନ୍ନ ବ୍ୟକ୍ତି ଅଭିନେତ୍ରୀଙ୍କୁ ଉପହାର ଦେଇଛନ୍ତି । ଏହି ଫଟୋ ସେୟାର କରିବାବେଳେ ଅଙ୍କିତାଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ହେଲେ କିଛି ସୋସିଆଲ ମିଡିଆ ୟୁଜର୍ସମାନେ ଦାବି କରୁଛନ୍ତି ଯେ ଅଙ୍କିତାଙ୍କ ବିବାହ ତାରିଖ ପାଖେଇ ଆସୁଛି । ଏହି ବିଷୟରେ ଏକ ରିପୋର୍ଟରେ କୁହାଯାଇଛି ଯେ ଅଙ୍କିତା ଘରେ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ତେଣୁ ଅଙ୍କିତା ସପିଂରେ ବ୍ୟସ୍ତ ଅଛନ୍ତି।

{"id":542081,"width":814,"height":458,"sizeSlug":"full","linkDestination":"none"}

ଅଙ୍କିତାଙ୍କ ଦ୍ୱାରା ସେୟାର ହୋଇଥିବା ତାଙ୍କ ଏହି ଫଟୋ ବକ୍ସରେ 'ହାପି ବ୍ରିଡ୍' ଲେଖା ଯାଇଥିବାବେଳେ ଚପଲ ଉପରେ ନିର୍ମିତ ଡିଜାଇନ୍‌ରେ 'ବ୍ରାଇଡ୍ ଟୁ ବି' ଲେଖାଯାଇଛି। ବର୍ତ୍ତମାନ ଏହି ଉପହାରଗୁଡ଼ିକୁ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଅଙ୍କିତା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନ୍ୟ ଏକ ଫଟୋରେ ଅଙ୍କିତା ତାଙ୍କର କିଛି କାଜୁଆଲ୍ ପୋଷାକ ଏବଂ ମେକଅପ୍ କିଟ୍ ମଧ୍ୟ ସେୟାର କରିଛନ୍ତି। ହେଲେ ଏ ଯାଏଁ ଦୁହେଁ କୌଣସି ଅଫିସିଆଲି ଘୋଷଣା କରି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.