Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବୟଫ୍ରେଣ୍ଡ ସହ ଦୀପାବଳି ସେଲିବ୍ରେଟ୍ କରି ଟ୍ରୋଲ୍ ହେଲେ ଅଙ୍କିତା ଲୋଖଣ୍ଡେ : ୟୁଜର୍ସ ପଚାରିଲେ ‘ଆପଣ କ’ଣ ସୁଶାନ୍ତଙ୍କୁ ଭୁଲିଗଲେ’

16/11/2020 at 3:15 PM

ମୁମ୍ବାଇ ୧୬/୧୧: ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ନିଜ ବୟଫ୍ରେଣ୍ଡ ବିକ୍କି ଜୈନଙ୍କ ସହ ଦୀପାବଳି ପାଳନ କରିଛନ୍ତି ଯାହାର ଅନେକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଫଟୋରେ ଅଙ୍କିତା ପିଙ୍କ୍ ରଙ୍ଗର ଲେହେଙ୍ଗାରେ ଖୁବ୍ ସୁନ୍ଦର ଦେଖାଯାଉଥିବାବେଳେ ବିକ୍କି କ୍ରିମ୍ ରଙ୍ଗର କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି।

ଏହି ଫଟୋକୁ ଅଙ୍କିତା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି।ଏହି ଭାଇରାଲ୍ ଫଟୋରେ ଦୁହେଁ ସୁନ୍ଦର ଭାବେ ପୋଜ ଦେଇଛନ୍ତି। ଅଙ୍କିତାଙ୍କ ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି।କିନ୍ତୁ ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ  ଅଙ୍କିତାଙ୍କୁ ବିକ୍କିଙ୍କ ସହ ଦୀପାବଳି ସେଲିବ୍ରେସନ ଜମା ପସନ୍ଦ ଆସି ନାହିଁ।

ଅଙ୍କିତାଙ୍କ ଏହି ପୋଷ୍ଟରେ କେତେକ ୟୁଜର୍ସ ସୁଶାନ୍ତଙ୍କ ନାଁକୁ ନେଇ ତାଙ୍କୁ କଲ୍ କରୁଛନ୍ତି। ଜଣେ ୟୁଜର୍ସ କମେଣ୍ଟ କରି ଲେଖିଥିଲେ ଯେ ଆପଣ ତ ସୁଶାନ୍ତଙ୍କୁ ନ୍ୟାୟ ଦେଉଥିଲେ…ତାହାର କଣ ହେଲା? ଅନ୍ୟ ଜଣେ ୟୁଜର ଲେଖିଥିଲେ ଯେ ଆପଣ କ’ଣ ସୁଶାନ୍ତଙ୍କୁ ଭୁଲିଗଲେ?

ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଅଙ୍କିତା ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ଅଙ୍କିତାଙ୍କ ସହ ତାଙ୍କ ବୟଫ୍ରେଣ୍ଡ ବିକ୍କି ଜୈନ ମଧ୍ୟ ଚର୍ଚ୍ଚାରେ ରହୁଥିଲେ। କିଛି ଦିନ ତଳେ ସୁଶାନ୍ତଙ୍କ ମୃତ୍ୟୁର ପାଖାପାଖି ୪ମାସ ପରେ ଅଙ୍କିତା ବିକ୍କିଙ୍କ ପାଇଁ ଏକ ଇମୋସନାଲ୍ ପୋଷ୍ଟ ସେୟାର କରିଥିଲେ ଯାହା ଖୁବ୍ ଭାଇରାଲ୍ ହୋଇଥିଲା।

ଅଙ୍କିତା ଲେଖିଥିଲେ ଯେ ତୁମ ପାଇଁ ନିଜ ଭାବନାକୁ ବ୍ୟକ୍ତ କରିବା ପାଇଁ ମୋତେ ଶବ୍ଦ ମିଳୁନାହିଁ। ଯେବେ​‌ ବି ଆମେ ଏକାଠି ରହିଥାଉ ସେତେବେଳେ ମୁଁ ଭଗବାନଙ୍କୁ ଧନ୍ୟବାଦ କହିଥାଏ ସେ ତୁମକୁ ମୋ ଜୀବନକୁ ପଠାଇଛନ୍ତି। ଜଣେ ବନ୍ଧୁ,ଜଣେ ସୋଲମେଟ୍ ଏବଂ ଜଣେ ପାର୍ଟନର ହୋଇ ତୁମେ ମୋ ସହ ଅଛ ଏଥିପାଇଁ ତୁମକୁ ଧନ୍ୟବାଦ। ଏହା ସହିତ ସେ ଆଗକୁ ଲେଖିଥିଲେ ଯେ ଯେତେବେଳେ ମୋତେ ଆବଶ୍ୟକ ହୋଇଥାଏ ସେହି ସମୟରେ ମୋର ସାହାଯ୍ୟ କରିବା ପାଇଁ ଧନ୍ୟବାଦ ଏବଂ ସବୁଠୁ ବଡ଼ ଧନ୍ୟବାଦ ଯେ ତୁମେ ମୋ ପରିସ୍ଥିତିକୁ ବୁଝିଲ।

କେବଳ ଏତିକି ନୁହେଁ,ଅଙ୍କିତା ବିକ୍କିଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ସେ ଲେଖିଛନ୍ତି ଯେ ମୋତେ ତୁମେ କ୍ଷମା କରିଦିଅ କାରଣ ମୋ ଯୋଗୁଁ ତୁମକୁ ଆଲୋଚନାର ସାମନା କରିବାକୁ ପଡ଼ିଥିଲା। ଯାହା ତୁମେ ବିଲକୁଲ ବି ଡିଜର୍ଭ କରୁନାହଁ। ଆମର ଏହି ବଣ୍ଡ ବହଚତ ମଜବୁତ ଏବଂ ଚମତ୍କାର। ଲଭ ୟୁ।ଅଙ୍କିତା ଲୋଖଣ୍ଡେଙ୍କ ଏହି ପୋଷ୍ଟରେ ୟୁଜର୍ସ ଲଗାତାର କମେଣ୍ଟ କରୁଛନ୍ତି।ପ୍ରଶଂସକଙ୍କୁ ତାଙ୍କର ଏହି ପୋଷ୍ଟ୍ ଖୁବ୍ ପସନ୍ଦ ଆସିଥିଲା।

   Related Posts