ସୁଶାନ୍ତଙ୍କୁ ଭୁଲିନଥିଲେ କି ଭୁଲିପାରୁନାହାନ୍ତି ଅଙ୍କିତା : ବ୍ରେକଅପ ପରେ ବି ସାଇତି ରଖିଛନ୍ତି ପ୍ରେମର ସନ୍ତକ,ଲୁଚେଇ ଲୁଚେଇ ଝରାଉଛନ୍ତି ଲୁହ

Published By : Prameya-News7 Bureau | June 20, 2020 IST

ମୁମ୍ବାଇ ୨୦/୬: ସୁଶାନ୍ତ ସିଂହ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ଦୀର୍ଘ ଦିନରୁ ଏକାଠି ରହୁଥିଲେ। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ,କିନ୍ତୁ ହଠାତ୍ କିଛି ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ। ଅଙ୍କିତା ସୁଶାନ୍ତଙ୍କୁ ଯେତିକି ଭଲ ପାଉଥିଲେ ସେତିକି ତାଙ୍କୁ ସମ୍ମାନ ଦେଉଥିଲେ। କେବଳ ଏତିକି ନୁହେଁ ଉଭୟଙ୍କ ବ୍ରେକଅପକୁ ବହୁତ ବର୍ଷ ବିତିଯାଇଥିଲେ ମଧ୍ୟ ସୁଶାନ୍ତଙ୍କ ପରଲୋକରେ ଅଙ୍କିତା ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ସେ ସୁଶାନ୍ତଙ୍କ ପରିବାର ସହ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ।

wp:core-embed/instagram {"url":"https://www.instagram.com/p/CBn0XV5pYku/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CBn0XV5pYku/?utm_source=ig_embed
/wp:core-embed/instagram

ସୁଶାନ୍ତଙ୍କୁ ନେଇ ଅଙ୍କିତାଙ୍କ ମନରେ ଏତେ ସମ୍ମାନ ଥିଲା ଯେ ଆଜି ବି ସେ ନିଜ ଘରର ନେମପ୍ଲେଟରେ ସୁଶାନ୍ତଙ୍କ ନାଁକୁ ହଟାଇ ନାହାନ୍ତି। ଏହି ବିଷୟରେ ସୁଶାନ୍ତ ଏବଂ ଅଙ୍କିତାଙ୍କ ବନ୍ଧୁ ସନ୍ଦୀପ ସିଂହ ସୂଚନା ଦେଇଥିଲେ।

{"id":288716,"width":587,"height":487,"sizeSlug":"large"}

ସନ୍ଦୀପ ,ସୁଶାନ୍ତ ଏବଂ ଅଙ୍କିତାଙ୍କୁ ନେଇ ଇମୋସନାଲ୍ ପୋଷ୍ଟ୍ କରିଥିଲେ। ସେ ଲେଖିଥିଲେ ଯେ,‘ ଅଙ୍କିତା ଆପଣ କେବଳ ତାଙ୍କ ଖୁସି ଏବଂ ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ଆପଣ ଏବେବି ନିଜ ଘରର ନେମପ୍ଲେଟରୁ ତାଙ୍କ ନାଁକୁ ହଟାଇ ନାହାନ୍ତି।’

{"id":288717,"sizeSlug":"large"}

ସନ୍ଦୀପ ଆଗକୁ ଲେଖିଛନ୍ତି ଯେ,‘ ତାଙ୍କୁ ଜଣା କେବଳ ଆପଣ ତାଙ୍କୁ ବଞ୍ଚାଇ ପାରିଥାନ୍ତେ। କାଶ,ଆପଣଙ୍କ ବିବାହ ହୋଇଯାଇଥାନ୍ତା ଯେପରି ଆମେ ସ୍ବପ୍ନ ଦେଖିଥିଲୁ। ସେ ଯଦି ଆପଣଙ୍କୁ ସେଠାରେ ରହିବାକୁ ଦେଇଥାନ୍ତେ ତେବେ ଆପଣ ହିଁ ତାଙ୍କୁ ବଞ୍ଚାଇ ପାରିଥାନ୍ତେ। ଆପଣ ତାଙ୍କ ପ୍ରେମିକା,ତାଙ୍କ ପତ୍ନୀ,ତାଙ୍କ ମାଆ,ସବୁବେଳେ ପାଇଁ ଭଲ ବନ୍ଧୁ ଥିଲେ। ମୁଁ ଆପଣଙ୍କୁ ଭଲ ପାଏ ଅଙ୍କିତା। ମୋତେ ଆଶା ରହିଛି ଯେ ଆପଣଙ୍କ ପରି ବନ୍ଧୁ କେବେ ବି ହରାଇ ପାରିବି ନାହିଁ।’

{"id":288718,"width":588,"height":441,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.