ଏହିଭଳି ଅବସ୍ଥାରେ ସୁଶାନ୍ତ ସିଂହଙ୍କ ଘରେ ପହଞ୍ଚିଲେ ଅଙ୍କିତା ଲୋଖଣ୍ଡେ : ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ

Published By : Prameya-News7 Bureau | June 16, 2020 IST

ମୁମ୍ବାଇ ୧୬/୦୬ : ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି | ଗତ ଦୁଇ ଦିନ ହେଲା ସେ ଶୋକରେ ବୁଡି ରହିଛନ୍ତି | କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ ହୋଇଗଲାଣି |

{"id":287164,"sizeSlug":"large"}

ସୁଶାନ୍ତ ସିଂହଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବ ପାଇଁ ବାନ୍ଦ୍ରା ସ୍ଥିତ ବାସଭବନରେ ପହଞ୍ଚିଥିଲେ | ସୁଶାନ୍ତଙ୍କ ପରିବାର ଏବେ ସୁଶାନ୍ତ ସିଂହଙ୍କ ବାସଭବନରେ ଅଛନ୍ତି ଯେଉଁଠାରେ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ | ଅଙ୍କିତାଙ୍କ ମୁହଁରେ ସୁଶାନ୍ତଙ୍କ ନିଧନ ଦୁଃଖ ସଫା ସଫା ବାରି ହୋଇପଡୁଥାଏ |

{"id":287165,"sizeSlug":"large"}

ଅଙ୍କିତାଙ୍କ ସହ ତାଙ୍କର ଏବଂ ସୁଶାନ୍ତ ସିଂହଙ୍କ ଜଣେ ବନ୍ଧୁ ସନ୍ଦୀପ ସିଂହ ମଧ୍ୟ ଯାଇଥିଲେ | ଅଙ୍କିତା ଅତ୍ୟନ୍ତ ଦୁଖୀ ଏବଂ ମାୟୁସ ନଜର ଆସୁଥିଲେ | ସିରିଏଲ ପବିତ୍ର ରିସ୍ତାର ଆଉ ଜଣେ ସହ କଳାକାର କହିଛନ୍ତି ଯେ ଯେତେବେଳେ ଅଙ୍କିତା ସୁଶାନ୍ତ ସିଂହଙ୍କ ନିଧନ ଖବର ଶୁଣିଥିଲେ ସେତେବେଳୁ ସେ ସଦମାରେ ଅଛନ୍ତି | କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ ହୋଇଗଲାଣି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.