୨୬ ବର୍ଷ ସାନ ପ୍ରେମିକା ସହ ଦ୍ବିତୀୟ ବିବାହ କରିଥିଲେ ଏହି ଅଭିନେତା, ଜ୍ବାଇଁଙ୍କଠୁ ସାନ ଶାଶୂଙ୍କର ଥିଲା ଏଭଳି ରିଆକ୍ସନ

Published By : Prameya-News7 Bureau | November 08, 2019 IST

ମୁମ୍ବାଇ୮|୧୧: ମିଲିନ୍ଦ ସୋମନ ଦ୍ବିତୀୟ ବିବାହ କରିବା ସମୟରେ ବେଶ ଚର୍ଚ୍ଚାରେ ଥିଲେ । କାରଣ ସେ ନିଜଠୁ ୨୬ ବର୍ଷ ସାନ ପ୍ରେମିକା ଅଙ୍କିତା କୋଁୱରଙ୍କୁ ବିବାହ କରିଥିଲେ। ମିଲିନ୍ଦ ସୋମନ ଓ ଅଙ୍କିତା କୋଁୱରଙ୍କ ବିବାହ ବେଶ ଧୁମଧାମ୍‌ରେ ହୋଇଥିଲା। ବିବାହର ସବୁ ରୀତିନୀତି ଅଲିବାଗର ଫାର୍ମ ହାଉସରେ ଖୁବ ରୟାଲ ଢଙ୍ଗରେ ପାଳନ ହୋଇଥିଲା। ୨୦୧୮ ମସିହାରେ ଏପ୍ରିଲ ମାସ ୨୨ ତାରିଖରେ ମିଲିନ୍ଦ ଓ ଅଙ୍କିତାଙ୍କ ବିବାହ ହୋଇଥିଲା।  

{"id":180987}

ସୁପର ମଡେଲ୍‌ ମିଲିନ୍ଦ ୨୦୦୬ ମସିହାରେ ମିଲିନ ଜାମ୍ପନୋଇଙ୍କୁ( Mylene Jampanoi )ବିବାହ କରିଥିଲେ। ମିଲିନ ଜଣେ ଫ୍ରେଞ୍ଚ ଅଭିନେତ୍ରୀ ।ଉଭୟ ପ୍ରଥମ ଥର ପାଇଁ ଗୋଆରେ ଦେଖା ହୋଇଥିଲେ।ବିବାହର ୩ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ। କିଛି ଦିନ ପରେ ମିଲିନ୍ଦଙ୍କ ଆଫେୟର ମଡେଲ ଶହାନା ଗୋସ୍ବାମୀଙ୍କ ସହ ଥିଲା।

{"id":180988}

ପରେ କିଛି କାରଣ ପାଇଁ ଉଭୟ ଅଲଗା ହୋଇଥିଲେ। ଏହା ପରେ ମିଲିନ୍ଦ ଓ ଅଙ୍କିତାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ଆସିଲା। ଏକ ସାକ୍ଷାତକାରରେ ଅଙ୍କିତାଙ୍କୁ ପଚାରାଯାଇଥିଲା ଯେ, ଉଭୟଙ୍କ ରିଲେସନଶିପ ବିଷୟରେ ଜାଣିବା ପରେ ତାଙ୍କ ମାଆ ଓ ବାପା କଣ କହିଥିଲେ। ଏନେଇ ଅଙ୍କିତା ତାଙ୍କ ମାଆଙ୍କ ବିଷୟରେ କହିଥିଲେ ।ମିଲିନ୍ଦ ଓ ତାଙ୍କ ରିଲେସନଶିପ କଥା ଶୁଣିବା ପରେ ଘରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।

{"id":180989,"width":587,"height":490}

ସେହି ସମୟରେ ମିଲିନ୍ଦ କହିଥିଲେ ଯେ, ବୟସରେ ଶାଶୁ ମାଆ ତାଙ୍କଠୁ ସାନ। ଅଙ୍କିତାଙ୍କ କହିବା ଅନୁସାରେ ତାଙ୍କ ମାଆ ଏହି ସମ୍ପର୍କ ନେଇ ଚିନ୍ତିତ ଥିଲେ। ସେ ବିଶ୍ବାସ କରୁନଥିଲେ ଯେ, ଅଙ୍କିତା ସତରେ ମିଲିନ୍ଦଙ୍କୁ ବିବାହ କରିବେ। ଉଭୟ ଡେଟ୍‌ କରୁଥିବା ସମୟରେ ତାଙ୍କ ଘରେ ଜାଣିଯାଇଥିଲେ ଯେ, ମିଲିନ୍ଦ ଜଣେ ଭଲ ମଣିଷ। ସେଥିପାଇଁ ସେମାନେ ବିବାହ ବିରୋଧ କରିନଥିଲେ।

{"id":180990}

୨୦୧୭ ମସିହାରେ ଏକ ଫ୍ୟାସନ ଶୋରେ ମିଲିନ୍ଦ ଓ ଅଙ୍କିତା ଭେଟ ହୋଇଥିଲେ। ସେଠାରେ କିଏ ଜଣେ ଉଭୟଙ୍କ ଫଟୋ ଉଠାଇ ପବ୍ଲିସ କରିଥିଲା। ଫଟୋରେ ଦୁହେଁ ପରସ୍ପରଙ୍କ ହାତ ଧରିଥିଲେ। ଫଟୋରେ ଲେଖାଯାଇଥିଲା ଯେ, SS18ରେ ମିଲିନ୍ଦ ନିଜ ପ୍ରେମିକାଙ୍କ ସହ ଏନଜଏ କରୁଛନ୍ତି। SS18 ଏକ ବ୍ରାଣ୍ଡ ଫ୍ୟାସନର ନାଁ। ଏହି ଫଟୋ ଦେଖଇ ଅଙ୍କିତାଙ୍କ ଘର ଲୋକେ ଚିନ୍ତିତ ଥିଲେ।

{"id":180991,"width":567,"height":542}

ଏହି ଫଟୋ ରିଲିଜ ହେବାର କିଛି ଦିନ ପରେ ଅଙ୍କିତାଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା। ପରେ ଅଙ୍କିତା ନିଜେ କହିଥିଲେ ଯେ, ମିଲିନ୍ଦ ବହୁତ କ୍ୟୁଟ। ହେଲେ ଫ୍ୟାସନ ଶୋ ରାତିରେ ସେ ତାଙ୍କ ସହ ଭଲ ବ୍ୟବହାର କରିନଥିଲେ। ଅଙ୍କିତା ମିଲିନ୍ଦଙ୍କୁ କିଛି ନକହି ସେଠାରୁ ପଳାଇଥିଲେ।ପରେ ମିଲିନ୍ଦ ତାଙ୍କୁ ନିଜେ ଖୋଜିଥିଲେ। ଧୀରେ ଧୀରେ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.