ଅଙ୍କିତ ଶର୍ମାଙ୍କ ହତ୍ୟାକାରୀ ଗିରଫ: ଶବ ବ୍ୟବଚ୍ଛେଦ ରିପୋର୍ଟରେ ହୋଇଥିଲା ସ୍ପଷ୍ଟ

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ୧୩/୩: ସିଏଏକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ସମୟରେ ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ପୁଲିସ ଟିମ୍‌ ଗୁରୁବାର ଅଙ୍କିତଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ସଲମାନ ଓରଫ ମୋମିନକୁ ଗିରଫ କରିଛି । ଏହା ପୂର୍ବରୁ ଅଙ୍କିତଙ୍କ ହତ୍ୟା ମାମଲାରେ ପୁଲିସ ଆପ୍‌ରୁ ବହିଷ୍କୃତ ବିଧାୟକ ତାହିର ହୁସେନଙ୍କୁ ମଧ୍ୟ ଗିରଫ କରିଥିଲା ।

{"id":237401,"sizeSlug":"large"}

ସଲମାନ ହିଁ ଅଙ୍କିତକୁ ବାରମ୍ବାର ଛୁରାରେ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ ପ୍ରକାଶ କରିଛି । ସୂଚନା ମୁତାବକ, ହିଂସା ସମୟରେ ସଲମାନ ଅଙ୍କିତଙ୍କୁ ତାହିର ହୁସେନଙ୍କ ଘର ମଧ୍ୟକୁ ନେଇଯାଇଥିଲା । ସେଠାରେ ତାଙ୍କୁ ନିବସ୍ତ୍ର କରାଯାଇ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇଥିଲା । ତାଙ୍କ ଶରୀରର ପ୍ରତ୍ୟେକ ଭାଗକୁ ଛୁରାରେ ଆକ୍ରମଣ କରାଯିବା ସହ ତାଙ୍କର ଅନ୍ତନାଳୀ କାଢ଼ି ନିଆଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା । ତେବେ ଏହି ସମୟରେ ତାହିର ହୁସେନ ଘରେ ଥିଲେ କି ନାହିଁ ଏହା ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

{"id":237402,"width":574,"height":614,"sizeSlug":"large"}

ଦିଲ୍ଲୀ ହିଂସା ସମୟରେ ହେଡ୍‌ କନଷ୍ଟେବଳ ରତନଲାଲଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଏହି ମାମଲାରେ ମଧ୍ୟ ଦିଲ୍ଲୀ ପୁଲିସକୁ ଗୁରୁବାର ବଡ଼ ସଫଳତା ମିଳିଛି। ରତନଲାଲଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ସଲୀମ ମଲ୍ଲିକ, ମହମ୍ମଦ ଜଲାଲୁଦ୍ଦିନ, ମହମ୍ମଦ ଅୟୁବ, ମହମ୍ମଦ ୟୁନୁସ, ମହମ୍ମଦ ଦାନିଶ ଏବଂ ମହମ୍ମଦ ସଲିମ ଖାନ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ହିଂସା ମାମଲାରେ ପୁଲିସ ୭୧୨ଟି ମାମଲା ରୁଜୁ କରିଥିବା ବେଳେ ୨୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.