Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

Facebook ବିବାଦ: ଆମେରିକାରେ ଜୋର ଧରିଲା ଅଂଖୀ ଦାସଙ୍କ ବହିଷ୍କାର ଦାବି, ସଂସ୍ଥାର ନେତୃତ୍ୱଙ୍କ ପ୍ରତି ଉଠିଲା ଅଙ୍ଗୁଳି

10/09/2020 at 9:05 PM

ମେନ୍‌ ଲୋ ପାର୍କ: ଆମେରିକାର କେତେକ ନାଗରିକ ଅଧିକାର ସମୂହ ସୋସିଆଲ ମିଡିଆ ଫେସବୁକ୍  ମୁଖ୍ୟ ମାର୍କ ଜୁକେର ବର୍ଗ ଓ ସଂସ୍ଥାର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ସେରିଲ ସେଣ୍ଡବର୍ଗଙ୍କୁ ପତ୍ର ଲେଖିଥିବା ଜଣାପଡିଛି। ଏଥିରେ ସିଭିଲ ରାଇଟ୍‌ ଅଡିଟ୍‌ ସରିବା ପର୍ଯ୍ୟନ୍ତ ସୋସିଆଲ ମିଡିଆର ଭାରତ ପଲିସି ମୁଖ୍ୟ ଅଂଖୀ ଦାସଙ୍କୁ ପଦବୀରୁ ହଟାଇବାକୁ ଦାବି କରାଯାଇଛି।  ଅଧିକାର ସମୂହ ଲେଖିଥିବା ପତ୍ରରେ ଫେସବୁକ୍‌ କୁ ଆଉ ଅଫଲାଇନ୍‌ ହିଂସାରେ ଅଧିକ ସାମିଲ ହେବା ଉଚିତ ନୁହେଁ ବୋଲି ସତର୍କ କରାଇଛନ୍ତି। 

ସେହିପରି ପ୍ରସଙ୍ଗରେ ଅଭିଯୋଗ ହେବା ପରେ ବି କମ୍ପାନୀ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନକରିବା ମାମଲାରେ କମ୍ପାନୀର ଭାଗିଦାରୀ ପ୍ରମାଣିତ ହେଉଥିବା ନାଗରିକ ଅଧିକାର ସମୂହ ଅଭିଯୋଗ କରିଛନ୍ତି।  ରୋହିଙ୍ଗ୍ୟା ନରସଂହାର ଘଟଣା ଫେସବୁକ୍‌ର ବାସ୍ତବ ଚିତ୍ରକୁ ପୂର୍ବରୁ ପ୍ରମାଣି କରିସାରିଛି। ଅନଲାଇନ୍‌ ହିଂସା ଓ ଘୃଣା ବାସ୍ତବ ଜୀବନକୁ ସହଜରେ ପ୍ରଭାବିତ କରିଥାଏ। ହେଲେ ପ୍ରସଙ୍ଗରେ ଫେସବୁକ୍‌ ନିର୍ବିକାର ଥିଲେ ବୋଲି ସମୂହ ଅଭିଯୋଗ କରିଛନ୍ତି।

ଏହି ପତ୍ରରେ ୪୦ରୁ ଅଧିକ ଅଧିକାର ସମୂହ ସ୍ୱାକ୍ଷର କରିଛନ୍ତି। ଯେଉଁଥିରେ ସଦର୍ଣ୍ଣ ପ୍ରଭର୍ଟି ଲ ସେଣ୍ଟର, ୱିଟନେସ୍‌, ମୁସ୍ଲିମ୍‌ ଆଡଭୋକେଟସ୍‌ ଓ ଗ୍ଲୋବାଲ ପ୍ରୋଜେକ୍ଟସ୍‌ ଏଗନେଷ୍ଟ ହେଟ୍ ଏଣ୍ଡ ଏକ୍ସଟ୍ରିମିଜିମ୍‌ ଆଦି ସ୍ୱାକ୍ଷର କରିଛନ୍ତି। ଭାରତରେ ଏମିତିରେ ଫେସବୁକ୍‌କୁ ନେଇ ଉଠାପକା ଚାଲିଛି। ତେବେ ଏ ନେଇ ପ୍ରକାଶିତ ରିପୋର୍ଟ ପରେ ଏହି ପତ୍ର ଲେଖାଯାଇଥିବା ଜଣାପଡିଛି।

   Related Posts