Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବିଜେଡି ଛାଡି ବିଜେପିରେ ମିଶିଲେ ଅଞ୍ଜଳି ବେହେରା, କହିଲେ-‘ସେବା କରିଥିବା ଦଳ ଆମକୁ ଗୋଇଠା ମାରିଛି’

18/10/2021 at 1:12 PM

ଭୁବନେଶ୍ୱର ୧୮।୧୦: ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ମିଶିଲେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କର୍ମୀଙ୍କ ସହ ବିଜେପିରେ ମିଶିଲେ ଅଞ୍ଜଳି ।

ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ରାଉତ ମଧ୍ୟ ବିଜେପିରେ ମିଶିଛନ୍ତି । ପୁରୀ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରୁ ବିଜେଡ଼ି ଏବଂ କଂଗ୍ରେସର ହଜାର ହଜାର କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।

ତେବେ ବିଜେପିରେ ଯୋଗ ଦେବା ପରେ ଅଞ୍ଜଳି ବେହେରା କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ମୋ ବାପା, ମାଆ ଓ ମୁଁ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ । କିନ୍ତୁ ସେହି ଦଳ ଆମକୁ ଗୋଇଠା ମାରିଲା । ବିଗତ ଦିନରେ ସେହି ଦଳ ମୋର ବହୁତ କ୍ଷତି କରିଛି । ତେଣୁ ଏବେ ମୁଁ ବିଜେପିରେ ମିଶିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବିକାଶ କାମ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଅଞ୍ଜଳି ।

   Related Posts