Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଅଭିନୟ ଦୁନିଆକୁ ଅଲବିଦା କଲେ ‘ନାଗିନ୍‌’ ଅଭିନେତ୍ରୀ ଅନୀତା, କାହିଁକି ନେଲେ ଏତେ ବଡ଼ ନିଷ୍ପତ୍ତି ?

11/06/2021 at 11:06 PM

ମୁମ୍ବାଇ ୧୧/୬: ଟିଭି ପରାଦାର ବହୁ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଏବେ ପର୍ସନାଲ୍‌ ଲାଇଫ୍‌କୁ ନେଇ ବ୍ୟସ୍ତ । କିଛି ଦିନ ପୂର୍ବରୁ ସେ ଶିଶୁପୁତ୍ର ଆରବ ରେଡ୍ଡୀକୁ ଜନ୍ମ ଦେଇଛନ୍ତି। ଏବେ ସୋସିଆଲ ମିଡିଆରେ ଅନୀତା ନିଜ ପୁଅଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହାରି ଭିତରେ ନିଜର କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଅନୀତା। ସେ ଆକ୍ଟିଂକୁ ଅଲବିଦା କହିଛନ୍ତି।

ଅଭିନୟ ଦୁନିଆରୁ ଦୂରେଇବାକୁ ନେଇ କାରଣ ମଧ୍ୟ କହିଛନ୍ତି ନାଗିନ୍‌ ଅଭିନେତ୍ରୀ ଅନୀତା। ଅନୀତା ହସନନ୍ଦାନୀ ଟିଭି ପରଦାରେ ବହୁ ବଡ଼ ବଡ଼ ଶୋ’ରେ ଅଂଶଗ୍ରହଣ କରିଛନ୍ତି। ସେ କିଛି ଦିନ ପୂର୍ବରୁ ଏକତା କପୁରଙ୍କ ସପରନ୍ୟାଚୁରାଲ୍‌ ସିରିୟଲ୍‌ ‘ନାଗିନ୍‌’ରେ ଦମଦାର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିଣିଥିଲେ। ଏବେ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ ଖୁଲାସା କରିଛନ୍ତି ଯେ, ନିଜ ପୁଅ ସହ ସମୟ ବିତାଇବାକୁ ଚାହଁଛନ୍ତି।

ସେ କହିଛନ୍ତି, ‘ମୁଁ କହିଥିଲି ଯେବେ ମୋର ସନ୍ତାନ ଜନ୍ମ ହେବ ମୁଁ ଇଣ୍ଡଷ୍ଟ୍ରି ଏବଂ ନିଜ କାମକୁ ଛାଡ଼ିବି। ମୁଁ ଏବେ କେବଳ ମୋ ଛୁଆର ମା’ ରୋଲ୍‌ ଉପରେ ଫୋକସ୍‌ କରିବାକୁ ଚାହୁଁଛି।’  ଅନୀତା ଆହୁରି କହିଛନ୍ତି, ‘ମହାମାରୀ ପାଇଁ ନୁହେଁ ବରଂ ମୁଁ ତ ଇଣ୍ଡଷ୍ଟ୍ରି ଛାଡ଼ିବାର ଥିଲା। ମୁଁ ଘରେ ମୋ ପିଲା ସହ ରହିବାକୁ ଚାହୁଁଛି। ଏବେ କାମ କରିବା କଥା ମୁଁ ଭାବୁନାହିଁ। ସତରେ ମୁଁ ଜାଣିନି କେବେ ଫେରିବି।’ 

ଏବେ ସେ କିଛି କିଛି କାମ କରୁଛନ୍ତି କାରଣ କଣ୍ଟ୍ରାକ୍ଟ ସାଇନ୍‌ କରିସାରିଥିଲେ। ଅନୀତା ଏବଂ ରୋହିତ ରେଡ୍ଡୀ ଚଳିତବର୍ଷ ଫେବୃଆରୀରେ ପୁତ୍ର ସନ୍ତାନ ଲାଭ କରିଥିଲେ। ସେମାନଙ୍କ ବିବାହ ୨୦୧୩ରେ ହୋଇଥିଲା ।

   Related Posts