ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ ; ସାନ ଖଳା ଓ ବଡ ଖଳାରେ ପଡିଲା ବଳି

Published By : Prameya-News7 Bureau | January 08, 2019 IST

ବଲାଙ୍ଗିର ୮|୧: ପୁଣି ରକ୍ତ ରଞ୍ଜିତ ହେଲା ପ୍ରସିଦ୍ଧ ଶୁଲିଆ ପୀଠ । ବଲାଙ୍ଗୀରର ଶୁଲିଆ ଯାତ୍ରାରେ ସକାଳୁ ପୂଜାର୍ଚ୍ଚନା ପରେ ଖଇରଗୁଡା ଗାଁର ବଡ ଖଳା ଓ ସାନ ଖଳାରେ ବଳିଯାତ୍ରା ଆରମ୍ଭ ହୋଇଛି । ଆଦିବାସୀ ପରମ୍ପରାର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା ଓ ପରେ ଛେଳି ବଳି ଦିଆଯାଇଛି । ପରେ ଭକ୍ତ ମାନେ ମାନସିକ କରି ଆଣିଥିବା ଛେଳି, ମେଣ୍ଡା, କୁକୁଡା, ପାରା, ସହ ପୋଢ ବଳି ମଧ୍ୟ ଦିଆଯାଉଛି । ଚଳିତ ବର୍ଷ ବଳି ପ୍ରଥା ବନ୍ଦ କରିବାକୁ ଶୁଲିଆ ଯାତ୍ରା କମିଟି ସହ ପ୍ରଶାସନର ବୈଠକ ବସିଥିଲା । ହେଲେ କିଛି ସୁଫଳ ମିଳିନି । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୫ପ୍ଲାଟୁନ୍ ପୋଲିସ ଫୋର୍ସ, ୪ଜଣ ଡିଏସ୍ ପି, ଆଇଆଇସି ଓ ଆଡିସନାଲ ଏସପିଙ୍କୁ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.