କରୋନା କବଳରୁ ରକ୍ଷା ପାଇଁ ମାନସିକ, ମା’ଙ୍କ ପାଖରେ ପଡିଲା ବୋଦା ବଳି

Published By : Prameya-News7 Bureau | April 22, 2021 IST

ଜୟପୁର ୨୨।୪: ଏବେ ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ମହାମାରୀ କରୋନାର ଲେଉଟାଣିରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ବିଜ୍ଞପ୍ତି ସାଙ୍ଗକୁ ସଚେତନତା ଜାରି ରହିଛନ୍ତି ।  ଏତିକି ବେଳେ  କୋରାପୁଟ ଭଳି ଆଦିବାସୀ ଜିଲ୍ଲାରେ  କରୋନା ଦାଉରୁ ନିଜ ଗ୍ରାମକୁ ରକ୍ଷା କରିବା ପାଇଁ କରାଯାଉଛି ନିଆରା ଢଙ୍ଗରେ ପୂଜାର୍ଚ୍ଚନା ।  ଆଦିବାସୀଙ୍କ ନିଆରା ମାନସିକ ।

{"id":442212,"width":839,"height":461,"sizeSlug":"large","linkDestination":"none"}

ଜୟପୁର ସହରର ପାରବେଡା ନିକଟସ୍ଥ ବସ୍ତିରେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ହୁଣ୍ଡି ମା’ଙ୍କ ନିକଟରେ ପୂଜାର୍ଚ୍ଚନା ସହ ମେଣ୍ଢା ଓ କୁକୁଡ଼ା ବଳି ଦେଇ ପୂଜାର୍ଚ୍ଚନା କରିବା ଦୃଶ୍ୟ ଦେଖିବାକୁ ମିଳିଛି ଏପରିକି ବଳି ଦିଆଯାଇଥିବା ମେଣ୍ଢା ଓ ଭାତକୁ ରୋଷେଇ କରି ହୁଣ୍ଡି ମା’ଙ୍କ ନିକଟରେ ଭୋଗ ପୂଜାର୍ଚ୍ଚନା ପରେ ସମସ୍ତଙ୍କୁ ବଣ୍ଟନ କରିବା ସହ ଘର ଘରକୁ ଦିଆଯାଇଥିଲା। କରୋନା ଦାଉରୁ ନିଜ ପିଲା ଛୁଆଙ୍କୁ ରକ୍ଷା କରିବା ପାଇଁ ମାନସିକ ଥିଲା ତେଣୁ ବୁଦା ପୂଜା କଲୁ ବୋଲି କହିଛନ୍ତି ଗ୍ରାମର ମହିଳା ଓ ଯୁବକ।

{"id":442213,"width":838,"height":461,"sizeSlug":"large","linkDestination":"none"}

ଅନ୍ୟପଟେ ମା’ଙ୍କ ନିକଟରେ ଯାହା ମାନସିକ କଲେ ତାହା ପୂରଣ ହୋଇଥାଏ । ତେଣୁ କରୋନାରୁ ଗ୍ରାମକୁ ରକ୍ଷା କରିବା ପାଇଁ ମାନସିକ କରି ପୂଜା କରାଯାଇଛି । ପୂଜା ଦ୍ବାରା କରୋନାରୁ ରକ୍ଷା ହେବ ବୋଲି ବିଶ୍ବାସ ରହିଥିବା କହିଛନ୍ତି ପୂଜକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.