Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବନ୍ୟଜନ୍ତୁ ଶିକାର ରାକେଟ୍ ଠାବ : ବନ୍ଧାହେଲେ ମାଷ୍ଟରମାଇଣ୍ଡ ଶିକ୍ଷକ, ଘରୁ ମିଳିଲା ଛାଲ ସହ ଖପୁରୀ

7/12/2020 at 2:42 PM

ଢେଙ୍କାନାଳ ୭।୧୨: ଶିକାର ଅଭିଯୋଗରେ ଶିକ୍ଷକ ଗିରଫ । ମାଷ୍ଟର ମାଇଣ୍ଡ ସ୍କୁଲ ଶିକ୍ଷକ ସହ ୩ ଜଣକୁ ଗିରଫ କଲା ବନ ବିଭାଗ । କଲରାପତରିଆ ବାଘ ଓ ହରିଣ ଛାଲ ସହ ମାଈ ହାତୀ ଦାନ୍ତ, ବାରହା, ଭାଲୁ ଓ ବାଘ ଖପୁରୀ ସହ ମାରଣାସ୍ତ୍ର ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ବନ ବିଭାଗ ପକ୍ଷରୁ କପିଳାଶ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ବନ୍ୟଜନ୍ତୁ ଶିକାରୀକୁ ଗିରଫ କରିବା ସହ ବନ୍ଧୁକ ଜବତ କରାଯାଇଛି । କପିଳାଶ ଅଭୟାରଣ୍ୟରୁ ଦୀର୍ଘଦିନ ହେଲା ବନ୍ୟଜନ୍ତୁ ଶିକାର କରି ବାହାରକୁ ଚାଲାଣ କରୁଥିବା ରାକେଟର କିଙ୍ଗପିନକୁ ଧରିବାରେ ସକ୍ଷମ ହୋଇଛି ବନ ବିଭାଗ । ଏପରିକି କପିଳାଶ ବନାଞ୍ଚଳର ଶୋରିଶିଆପଦା ଜମୁଣାଳିଆ ଗ୍ରାମରେ ଚଢ଼ାଉ କରି ନଗେନ୍ଦ୍ର ଦି ଗି ନାମକ ଶିକ୍ଷକକୁ ଗିରଫ କରାଯାଇଛି । ତାଙ୍କଠାରୁ କଲରାପତରିଆ ବାଘର ଦୁଇଟି ଛାଲ, ଗୋଟିଏ ଖପୁରୀ, ୯ଟି ଭାଲୁ ନଖ ଜବତ କରିଛି ବନ ବିଭାଗ ।

ପରେ ତାଙ୍କୁ ପଚରାଉଚରା କରିବା ପରେ ସୂଚନା ପାଇ କଙ୍କଡାହାଡ଼ କଳଶପୁର ଗ୍ରାମରୁ ଅନନ୍ତ ମୁର୍ମୁ ଓ ଲକ୍ଷ୍ମଣ ମୁର୍ମୁ ନାମକ ଦୁଇ ଶିକାରୀକୁ ଗିରଫ କାରାଯାଇଛି । ଏହି ଦୁଇ ଶିକାରୀଠାରୁ ହରିଣ ଛାଲ, ବାରହା ଖପୁରୀ, ହରିଣ ଛାଲ ସମେତ ବିଭିନ୍ନ ଶିକାର ସରଞ୍ଜାମ ଜବତ କରାଯାଇଛି । ତେବେ ଗିରଫ ନଗେନ୍ଦ୍ର ଦିଗି ଟାଙ୍ଗି ଶାଳଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଶିକାରୀମାନେ ଶିକାର କରି ତାଙ୍କ ମାଧ୍ୟମରେ ବାହାରକୁ ଚାଲାଣ କରନ୍ତି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

   Related Posts