Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଶ୍ରୀଲଙ୍କାରେ ଗୋ ଓ ପଶୁ ହତ୍ୟା ଉପରେ ରୋକ୍, ବିଫ୍ ଖାଉଥିବା ବ୍ୟକ୍ତିଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

29/09/2020 at 8:07 PM

କଲୋମ୍ବୋ, ୨୯ ।୦୯:  ଶ୍ରୀଲଙ୍କା ସରକାର ଦେଶରେ ଗୋହତ୍ୟା ଓ ଅନ୍ୟ ପଶୁଙ୍କ ବଳି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି । ଗୋହତ୍ୟା, ପଶୁ ବଳି ଓ ହତ୍ୟା ବନ୍ଦ ପାଇଁ ଏକ ପ୍ରସ୍ତାବକୁ ସରକାର ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।ତେବେ କେବଳ ସେହି ଲୋକମାନେ ବିଫ୍ କିଣିପାରିବେ ଯେଉଁମାନେ ଏହାକୁ ଖାଇଥାନ୍ତି ।

କ୍ୟାବିନେଟର ପ୍ରବକ୍ତା ଓ ଗଣମାଧ୍ୟମ ମନ୍ତ୍ରୀ କେ ରାମବୁକବଲ୍ଲେ କହିଛନ୍ତି ଯେ, ଦେଶରେ ପଶୁହତ୍ୟା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଆଇନକୁ କଡାକଡି ଭାବେ ପାଳନ କରାଯିବ । ତେବେ ଏହି ନିଷ୍ପତ୍ତି ପରେ ଦେଶରେ ମୁସଲିମ୍ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅଧିକ ବିବାଦ ସୃଷ୍ଟି ହେବ ବୋଲି କୁହାଯାଉଛି । ଶ୍ରୀଲଙ୍କାରେ ମାଂସ ବ୍ୟବସାୟ ପ୍ରାୟତଃ ମୁସଲିମମାନେ କରିଥାନ୍ତି । ଏହି ନିଷ୍ପତ୍ତି ସେମାନଙ୍କୁ ପ୍ରଭାବିତ କରିବ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ରେ ଶାସନ ଗାଦିରେ ଥିବା ଶ୍ରୀଲଙ୍କା ପୁଡୁଜନା ପେରାମୁନା ଏସଏଲପିପିର ସଂସଦୀୟ ସମୁହ ଦେଶରେ ଗୋହତ୍ୟା ଉପରେ ରୋକ୍ ଲଗାଇବା ପାଇଁ  ପ୍ରସ୍ତାବ ଦେଇଥିଲା । ରାଷ୍ଟ୍ରପତି ମହେନ୍ଦା ରାଜପକ୍ଷେ ଏହି ପ୍ରସ୍ତାବକୁ ସ୍ୱୀକାର କରିଥିଲେ । କ୍ୟାବିନେଟ୍ କହିଥିଲେ ଯେ,  ଦେଶରେ ପଶୁ ହତ୍ୟା ଅଧିନିୟମ, ଗୋ ହତ୍ୟା ଉପରେ ରୋକ୍ ଆଦି ଆଇନ ଓ ନିୟମର ସଂଶୋଧନ କରିବା ପାଇଁ ତୁରନ୍ତ ଜରୁରୀ ପନ୍ଥା ଅବଲମ୍ବନ କରାଯିବ ।

ଅଧିକାରୀଙ୍କ କହିବାନୁସାରେ, ବିପ୍ ଆମଦାନୀ ପାଇଁ ନିଷ୍ପତ୍ତି ହୋଇଛି । ବୁଡା ହୋଇଥିବା ପଶୁଙ୍କ ପାଇଁ ମଧ୍ୟ ନୂଆ ବ୍ୟବସ୍ଥା ଆରମ୍ଭ ହେବ । ସୂଚନାଯୋଗ୍ୟ, ୨୦୧୨ ଜନଗଣନା ଅନୁସାରେ, ଦେଶରେ ୨ କୋଟିରୁ ଅଧିକ ନାଗରିକ ଥିବା ବେଳେ ଏହା ମଧ୍ୟରୁ ୭୦.୧୦ ପ୍ରତିଶତ ବୌଦ୍ଧ, ୧୨.୫୮ ପ୍ରତିଶତ ହିନ୍ଦୁ, ୯.୬୬ ପ୍ରତିଶତ ମୁସଲିମ ଓ ୦.୦୩ ପ୍ରତିଶତ ଖ୍ରୀଷ୍ଟିଆନ ଅଛନ୍ତି ।

   Related Posts