ମେଗା ଜଳ ପ୍ରକଳ୍ପ ପାଇଁ ଭୂଇଁ ଉପରେ ପଡ଼ିଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସିଗଲା ବଳଦ, ତାପରେ...

Published By : Prameya-News7 Bureau | September 29, 2021 IST

ପାଟଣା, ୨୯/୦୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଚାକୁଣ୍ଡାପାଳ ପଞ୍ଚାୟତ ଶ୍ୟାମ ସୁନ୍ଦର ପୁର ଗ୍ରାମର ପବନ  କୁମାର ମହାନ୍ତଙ୍କ ବଳଦ  ଚରିବା ପାଇଁ ଯାଇଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ଉକ୍ତ ଗ୍ରାମରେ ଚାଲିଥିବା ମେଗା ଜଳ ପ୍ରକଳ୍ପର ଓଭର ହେଡ଼ ପାଣି ଟାଙ୍କି ନିର୍ମାଣ କରୁଥିବା ଠିକା ସଂସ୍ଥା ପକ୍ଷରୁ ବିଦ୍ୟୁତ ତାର ଭୂଇଁ ଉପରେ ନେଇଥିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳଦଟିର ମୃତ୍ୟୁ ଘଟିଛି ।  ଠିକା ସଂସ୍ଥାର ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.