Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମଇଁଷି ଉପରେ ବସି ନିର୍ବାଚନ ପ୍ରଚାରରେ ବାହାରିଥିଲେ ନେତାଜୀ, ପଡିଲେ ଅକଳରେ, ରୁଜୁ ହେଲା ଏଫଆଇଆର

19/10/2020 at 4:43 PM

ପାଟନା ୧୯।୧୦: ନେତାଜୀ ମଇଁଷି ଉପରେ ବସି ବାହାରିଥିଲେ ନିର୍ବାଚନୀ ପ୍ରଚାରରେ। ଭାବୁଥିଲେ ଲୋକଙ୍କ ଧ୍ୟାନ ଆକର୍ଷିତ କରିବେ। ହେଲେ ମଇଁଷି କାରଣରୁ ନେତାଜୀଙ୍କ ଉପରେ ଚାଲିଲା ଆଇନର ଚାବୁକ। ସିଭିଲ ଲାଇନ୍‌ ଥାନାରେ ନେତାଜୀଙ୍କ ନାମରେ ରୁଜୁ ହୋଇଗଲା ମାମଲା। ପଶୁ କ୍ରୁରତା ଅଧିନିୟମ ଓ ସାମାଜିକ ଦ୍ଵରତ୍ଵ ନିୟମର ଉଲ୍ଲଂଘନ କାରଣରୁ ରାଷ୍ଟ୍ରୀୟ ଉଲେମା କାଉନସିଲ ଗୟା ସଦର ବିଧାନସଭାର ପ୍ରାର୍ଥୀ ପରଭେଜ ମନସୁରୀଙ୍କ ଉପରେ ଏଫଆଇଆର ରୁଜୁ ହୋଇଛି।

ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି। ନେତା ନିଜର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ଭାଷଣ ଦେବା ବେଳେ ନେତାଙ୍କ ପାଟି ମଧ୍ୟ ଖସି ଯାଉଛି । ଏମିତିରେ ପ୍ରାର୍ଥୀ ଆବେଗବଶତଃ କିଛି ନା କିଛି ଭୁଲ୍ କରି ଦେଉଛନ୍ତି। କିଛି ଏମିତି ଘଟଣା ରବିବାର ଦେଖିବାକୁ ମିଳିଛି। ଗାନ୍ଧୀ ମଇଦାନର ଗେଟ୍ ନିକଟରେ ରାଷ୍ଟ୍ରୀୟ ଉଲେମା କାଉନସିଲର ଗୟା ସଦର ବିଧାନସଭାର ପ୍ରାର୍ଥୀ ମହମ୍ମଦ ପରଭେଜ ମନସୁରୀ ମଇଁଷି ଉପରେ ବସି ଜନସଂପର୍କ ଅଭିଯାନରେ ବାହାରିଥିଲେ। ମନସୁରୀଙ୍କ ଅଭିନବ ପ୍ରଚାରକୁ ଦେଖିବା ପାଇଁ ଲୋକଙ୍କ ଭିଡ ମଧ୍ୟ ଜମିବାରେ ଲାଗିଲା।

ମନସୁରୀ କହିଛନ୍ତି ସହରରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି, ସେଥିପାଇଁ ସେ ମଇଁଷିରେ ଚଢି ପ୍ରଚାର କରୁଛନ୍ତି। ଏମିତିରେ ପ୍ରଦୂଷଣ ମାତ୍ରା ମଧ୍ୟ ବଢିବ ନାହିଁ। ପରଭେଜ ମନସୁରୀଙ୍କ ଏହି ଚିନ୍ତାଧାରାକୁ ମଧ୍ୟ ସମର୍ଥନ ମିଳିବାରେ ଲାଗିଲା। କିନ୍ତୁ ସିଭିଲ ଲାଇନ୍‌ର ଥାନାବାବୁ ନିୟମର ଏମିତି ପାଠ ପଢାଇଲେ ଯେ, ନେତାଜୀଙ୍କୁ ତାହା ମହଙ୍ଗା ପଡିଗଲା। ତାଙ୍କ ବିରୋଧରେ ଏଫଆଇଆର ମଧ୍ୟ ହୋଇଛି।

ଗାନ୍ଧୀ ମଇଦାନରୁ ସ୍ଵରାଜପୁରୀ ରୋଡ୍‌ ପହଞ୍ଚିଥିବା ନେତାଜୀଙ୍କୁ ପୋଲିସ  ଆଇପିସିର ଧାରା ୨୬୯ଓ ଧାରା ୨୭୦ ଆଧାରରେ ପଶୁ କ୍ରୁରତା ନିବାରଣ ଅଧିନିୟମ ଓ ସାମାଜିକ ଦୂରତ୍ଵର ଅବହେଳା ଅଭିଯୋଗରେ ଗିରଫ କରିଛି। ହେଲେ ପରେ ସେ ଜାମିନରେ ମୁକୁଳିଛନ୍ତି।

ଗୟା ଏସଏସପି ରାଜୀବ ମିଶ୍ର କହିଛନ୍ତି, ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ସିଭିଲ ଲାଇନ୍ସ ଥାନାରେ ଏଫଆଇଆର ରୁଜୁ ହୋଇଛି। ନେତା ପଶୁ ଅଧିନିୟମର ଉଲ୍ଲଂଘନ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏହା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକୁ ନିର୍ବାଚନ ପ୍ରଚାରରେ ପଶୁର ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ।  ନିର୍ବାଚନ ଆୟୋଗ ରାଜନୈତିକ ପ୍ରାର୍ଥୀଙ୍କୁ ନିର୍ବାଚନୀ ପାଇଁ କୌଣସି ପ୍ରକାରର ଜୀବଜନ୍ତୁର ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ।

   Related Posts