ଦିଲ୍ଲୀରେ ବ୍ୟାପୁଛି Bird Flu, ସ୍ପଷ୍ଟ କଲେ ପଶୁପାଳନ ବିଭାଗ

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ ୧୧।୧:ଦିଲ୍ଲୀ ପଶୁ ପାଳନ ବିଭାଗ ଜାତୀୟ ରାଜଧାନୀରେ ବାର୍ଡ ଫ୍ଲୁ ବ୍ୟାପୁଥିବାର ସୋମବାର ସ୍ପଷ୍ଟ କରିଛନ୍ତି। ବିଭାଗଙ୍କ ସୂଚନା ଅନୁସାରେ ମୃତ ପକ୍ଷୀଙ୍କ ୮ଟି ନମୁନା ପରୀକ୍ଷଣ ଲାଗି ପଠାଯାଇଥିଲା। ସମସ୍ତ ନମୁନା ବାର୍ଡ ଫ୍ଲୁ ପୁଷ୍ଟି ହୋଇଛି। ପ୍ରୟୋଗଶାଳାଙ୍କ ରିପୋର୍ଟ ମିଳିବା ପରେ ପଶୁପାଳନ ବିଭାଗ ପାଣ୍ଡବ ନଗର ଅଞ୍ଚଳରେ ଅବସ୍ଥିତ ସଞ୍ଜୟ ପୁଷ୍କରିଣୀର ସଫେଇ ଅଭିଯାନ ଆରମ୍ଭ କରିଛନ୍ତି।

{"id":390591,"sizeSlug":"large","linkDestination":"none"}

ସଞ୍ଜୟ ପୁଷ୍କରିଣୀରୁ ବତକ ଓ ଅନ୍ୟ ପକ୍ଷୀଙ୍କୁ କାଢିବା ଲାଗି ଘଟଣାସ୍ଥଳରେ ପଶୁପାଳନ ବିଭାଗଙ୍କ ସମେତ ରାପିଡ ରେସପନ୍ସ ଟିମ୍ ଓ ଡିଡିଏ ହର୍ଟି କଲଚର ବିଭାଗର ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟ ଜାରି ରଖିଛନ୍ତି।  ଏହି ପୁଷ୍କରିଣୀରେ ଏବେ ୪୦୦ ବତକ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅସୁସ୍ଥ ଓ ମୃତ ବତକଙ୍କୁ ଖାତଖୋଳି ପୋତି ଦିଆଯାଉଛି।

{"id":390592,"sizeSlug":"large","linkDestination":"none"}

ଏହି ପୁଷ୍କରିଣୀରୁ ଏପର୍ଯ୍ୟନ୍ତ ୨୭ଟି ମୃତ ବତକ ମିଳିଥିବା ପଶୁପାଳନ ବିଭାଗ ଅଧିକାରୀ କହିଛନ୍ତି। ଶନିବାର ପୁଷ୍କରିଣୀରୁ ୧୭ଟି ମୃତବତକଙ୍କୁ କଢା ଯାଇଥିବା ବେଳେ ରବିବାର ଆଉ ୧୦ଟିଙ୍କର ମୃତ୍ୟୁ ହୋଇଥିଲା। ରାଜଧାନୀରେ ବାର୍ଡ ଫ୍ଲୁ ପୁଷ୍ଟି ହେବା ପରେ ଡିଡିଏ ସତର୍କତା ସ୍ୱରୂପ ସଞ୍ଜୟ ପୁଷ୍କରିଣୀ ସମେତ ରାଜଧାନୀର ୪ଟି ପ୍ରମୁଖ ପାର୍କକୁ ବନ୍ଦ କରିଦେଇଛନ୍ତି। ଏହି ସବୁ ସ୍ଥାନକୁ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ଜାରି ହୋଇଛି।

{"id":390593,"sizeSlug":"large","linkDestination":"none"}

ସେପଟେ ବାର୍ଡ ଫ୍ଲୁକୁ ନେଇ ଉତ୍ତର ଦିଲ୍ଲୀ ନଗର ନିଗମ ଜରୁରି ବୈଠକ କରିଛନ୍ତି। ନଗର ନିଗମ ମେୟରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ଦିଲ୍ଲୀର ଯେଉଁ ସବୁ ରେଷ୍ଟୁରାଣ୍ଟ ଚିକେନ ପରଶୁଛନ୍ତି ସେମାନଙ୍କୁ ରୋଷ୍ଟେଡ ଚିକେନ ଗ୍ରାହକଙ୍କୁ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଜାରି କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ସ୍ୱାସ୍ଥ୍ୟ ନିରୀକ୍ଷକ ମାନଙ୍କୁ ବ୍ରୟଲର ମାର୍କେଟ ଓ ରେଷ୍ଟୁରାଣ୍ଟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.