ହସ୍ପିଟାଲରୁ ଡିଶ୍ଚାର୍ଜ ହେଲେ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ୍, ଟିକା ନେବା ପରେ ହୋଇଥିଲେ କୋଭିଡ ଆକ୍ରାନ୍ତ
30/12/2020 at 5:09 PM

ଗୁରଗାଓଁ ୩୦।୧୨: ହରିୟାଣା ସ୍ୱାସ୍ଥ୍ୟ ଓ ଗୃହମନ୍ତ୍ରୀ ଅନିଲ ଭିଜ୍ ବୁଧବାର ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇଛନ୍ତି। ଗୁରଗାଓଁସ୍ଥିତ ମେଡାଣ୍ଟ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଛନ୍ତି। ତେବେ ଘରେ ସେ ଅକ୍ସିଜେନ ସପୋର୍ଟରେ ରହିବେ ବୋଲି ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।
ଗତ ନଭେମ୍ବର ମାସରେ କୋଭିଡ ଟିକାର କ୍ଲିନିକାଲ ଟ୍ରାୟଲରେ ଭିଜ୍ ନିଜେ ଟିକାକରଣ କରାଇଥିଲେ। ଏହା ପରେ ସେ କୋଭିଡ ଆକ୍ରାନ୍ତ ହେବାରୁ ଟିକାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ୬୭ ବର୍ଷ ବୟସ୍କ ଭିଜ୍ କୋଭିଡ ଆକ୍ରାନ୍ତ ହେବା ପରେ ପ୍ରଥମେ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡିସେମ୍ବର ୧୫ ତାରିଖରେ ତାଙ୍କୁ ଗୁରଗାଓଁ ମେଡାଣ୍ଟ ହସ୍ପିଟାଲର ସ୍ଥାନାନ୍ତରଣ କରାଯାଇଥିଲା।
ସପ୍ତାହକ ପୂର୍ବେ ସେ ଆଇସିୟୁରୁ ବାହାରିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ୱଭାବିକ ହେବାରୁ ତାଙ୍କୁ ହସ୍ପିଟାଲରୁ ଛଡାଯାଇଛି। ଡାକ୍ତରଙ୍କ ଦିନ ରାତି ସେବା ଯତ୍ନ ତଥା ଜନତାଙ୍କ ଆଶୁ ଆରୋଗ୍ୟ କାମନା ଯୋଗୁ ସେ କରୋନା ବିରୋଧରେ ଲଢିବାକୁ ସକ୍ଷମ ହୋଇପାରିଥିବା କହିଛନ୍ତି। ତେବେ ଡିଶ୍ଚାର୍ଜ ହେବା ପରେ ମଧ୍ୟ ତାଙ୍କର ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ରହୁଥିବାରୁ ଡାକ୍ତର ତାଙ୍କୁ ଘରେ ମଧ୍ୟ ଅକ୍ସିଜେନ ସପୋର୍ଟରେ ରହିବାକୁ ପରାମର୍ଶ ଦେଇଛନ୍ତି।