Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଖୁବ୍‌ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଗଦର-୨ର ସିକ୍ବେଲ୍‌ : ନିର୍ମାତା ସେୟାର କଲେ ଫଟୋ..

25/09/2021 at 9:58 AM

ମୁମ୍ବାଇ ୨୫/୦୯ : ବଲିଉଡ୍‌ର ୨୦୦୧ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ଗଦର ଏକ ପ୍ରେମକଥା’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମ ମେକର୍ସ ‘ଗଦର ୨’ ଉପରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ରିପୋର୍ଟ ଅନୁଯାୟୀ , ଅନିଲ ଶର୍ମା ନିଜ ପୁଅ ଉତ୍କର୍ଷ ଶର୍ମାଙ୍କ ସହିତ ‘ଗଦର ୨’ର ଶୁଟିଂ ପାଇଁ ପୂରାପୂରି ପ୍ରସ୍ତୁତରେ ଅଛନ୍ତି। ସେମାନେ ଖୁବ୍‌ ଶୀଘ୍ର ଫିଲ୍ମକୁ ନେଇ ଘୋଷଣା କରିବେ। ଫିଲ୍ମର ସ୍କ୍ରିପ୍ଟ ପୂର୍ବରୁ ହିଁ ପ୍ରସ୍ତୁତ ହୋଇ ସାରିଛି।

ଅଭିନେତ୍ରୀ ଅମିଷା ପଟେଲ ଗତ ଅଗଷ୍ଟ ମାସରେ ଗଦରର ଡାଇରେକ୍ଟର ଅନିଲ ଶର୍ମାଙ୍କ ସହିତ ଏକ ଫଟୋ ସେୟାର କରିଥିଲେ । ଏନେଇ କହିଥିଲେ କି, ସେ ଫିଲ୍ମକୁ ନେଇ କଥାବାର୍ତ୍ତା କରିଛନ୍ତି। ଏଥି ସହିତ ସେ କ୍ୟାପସନରେ ଲେଖିଥିଲେ, ୨୦୨୨ରେ ଫିଲ୍ମକୁ ନେଇ ଧମାଲ କରିବା ପାଇଁ ସେ ଆଉ ଅପେକ୍ଷା କରିପାରିବେ ନାହିଁ।

ତେବେ, ସନି ଦେଓ୍ଵଲ, ଅମିଷା ପଟେଲ ଓ ଅମରୀଶ ପୁରୀଙ୍କ ଅଭିନୀତ ଫିଲ୍ମ ‘ଗଦର’କୁ ସେହି ସମୟରେ ବକ୍ସ ଅଫିସରରେ ଜବରଦସ୍ତ ସଫଳତା ମିଳିଥିଲା। ଏହାର ଡାଏଲଗ୍ସ ଓ ଗୀତ ଗୁଡିକ ମଧ୍ୟ ଖୁବ୍‌ ସୁପରହିଟ୍‌ ହୋଇଥିଲା। ଏଥିରେ ଅମିଷା ସକିନା ଓ ସନି ଦେଓ୍ଵଲ ତାରା ସିଂର ଚରିତ୍ର ନଜର ଆସିଥିଲେ । ସେମାନଙ୍କ ପୁଅ ଫିଲ୍ମରେ ବଡ଼ ହୋଇ ସାରିଥିବାର ଚରିତ୍ର ଏବେ ‘ଗଦର ୨’ରେ ନିଭାଇବେ।

   Related Posts