ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କ ଅନୁପସ୍ଥିତିକୁ ମନେ ପକାଉଛି ପୂରା ବଲିଉଡ : ସଞ୍ଜୟ କହିଲେ ହସି ହସି କାମ କରିବା ଶିଖିଛନ୍ତି ଋଷିଙ୍କଠୁ

Published By : Prameya-News7 Bureau | May 05, 2020 IST

ମୁମ୍ବାଇ ୫/୫: ଗତ ସପ୍ତାହ ବଲିଉଡ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଥିଲା। ଗତ ସପ୍ତାହରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁଇ ଦିନ ମଧ୍ୟରେ ଲଗାତାର ଦୁଇଟି ବଡ଼ ଝଟକା ଲାଗିଥିଲା ଯେତେବେଳେ ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କ ଅସାମୟିକ ମୃତ୍ୟୁ ଖବର ବିଷୟରେ ଜଣା ପଡ଼ିଥିଲା। ଉଭୟଙ୍କ ପରଲୋକରେ ବଲିଉଡ ଇଣ୍ଡଷ୍ଟ୍ରି ସମେତ ସାରା ଦେଶରେ ଶୋକର ଲହରୀ ଖେଳିଯାଇଥିଲା।

ଇରଫାନ୍ ଅପ୍ରେଲ୍ ୨୯ତାରିଖରେ ଏବଂ ଋଷି କପୁର ଅପ୍ରେଲ୍ ୩୦ତାରିଖରେ ଆଖି ବୁଜିଥିଲେ। ସୋମବାର ବଲିଉଡ ଅଭିନେତା ଅନିଲ କପୁର ଏବଂ ସଞ୍ଜୟ ଦତ୍ତ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେମାନଙ୍କୁ ମନେ ପକାଇ ଏକ ଖାସ୍ ମ୍ୟାସେଜ ସେୟାର କରିଥିଲେ।

wp:core-embed/instagram {"url":"https://www.instagram.com/p/B_w0eUqhSYz/?utm_source=ig_embed\u0026utm_campaign=loading","type":"rich","providerNameSlug":"instagram","className":""}
https://www.instagram.com/p/B_w0eUqhSYz/?utm_source=ig_embed&utm_campaign=loading
/wp:core-embed/instagram

ଅନିଲ୍ କପୁର,ଇରଫାନ୍ ଖାନଙ୍କୁ ମନେ ପକାଇ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ଇରଫାନ୍ ଖାନ୍ ଷ୍ଟେଜରେ ମାଇକ୍ ଧରି କିଛି କହୁଛନ୍ତି। ଅନିଲ୍ ପାଖରେ ଛିନା ହୋଇ ହସୁଛନ୍ତି। ଏହି ଫଟୋରେ ଅନିଲ୍ କ୍ୟାପସନରେ ଲେଖିଛନ୍ତି- ଏହି ଫଟୋ ଅନେକ ସ୍ମୃତି ଆଣିଥାଏ। ତାଙ୍କ ହସରେ ଏପରି କିଛି ଖାସ୍ ଥିଲା ଯାହା ତୁରନ୍ତ ତାଙ୍କ ଆଖପାଖରେ ଥିବା ଲୋକଙ୍କୁ ହସିବାକୁ ବାଧ୍ୟ କରୁଥିଲା। ଏହା ସେସବୁ ଜିନିଷ ମଧ୍ୟରେ ଗୋଟିଏ ଯାହା ସେ ସବୁବେଳେ ଇରଫାନଙ୍କ ବିଷୟରେ ମନେ ପକାଇଥାନ୍ତି।

wp:core-embed/instagram {"url":"https://www.instagram.com/p/B_w7ybQnH0I/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_w7ybQnH0I/?utm_source=ig_embed
/wp:core-embed/instagram

ସଞ୍ଜୟ ଦତ୍ତ,ଋଷି କପୁରଙ୍କୁ ମନେ ପକାଇ ଏକ ଫଟୋ ସେୟାର କରିଥିଲେ। ସେ ଏହି ଫଟୋରେ ଲେଖିଛନ୍ତି- ଗୋଟିଏ କଥା ଯାହା ଚିଣ୍ଟୁ ସାର ତାଙ୍କୁ ଶିଖାଇଥିଲେ ତାହା ହେଲା ଖୁସି ମୁହଁରେ ସବୁ କିଛି କରିବା ଉଚିତ୍। ଏହି କଥାକୁ ଗ୍ରହଣ କରିବାକୁ ଟିକେ ସମୟ ଲାଗିବ କାରଣ ସେ ଆମ ଗହଣରେ ନାହାନ୍ତି। ସେ ସବୁବେଳେ ତାଙ୍କ ପାଇଁ ଜଣେ ବଡ଼ ଭାଇ ଭଳି। ବିଶ୍ବାସ କରି ପାରୁ ନାହାନ୍ତି କି ସେ ଚାଲି ଗଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.