Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

‘ଆଫେୟାର୍ସ’ ବଲିଉଡର ହିଟ୍‌ ଫର୍ମୁଲା;ମ୍ୟାରେଜ ପରେ ବି ରିଲେସନସିପ୍‌ରେ ଥିଲେ ମିଷ୍ଟର ଇଣ୍ଡିଆ!

24/12/2019 at 11:06 AM

ମୁମ୍ବାଇ୨୪|୧୨: ବଲିଉଡ୍‌ରେ ଏବେ ବି ଅନୀଲ କପୁର ରାଜ କରନ୍ତି। ଆଜି ଅନୀଲ କପୁରଙ୍କ ଜନ୍ମଦିନ। ୬୩ ବର୍ଷ ବୟସର ଏଭରଗ୍ରୀନ ଅଭିନେତା ଅନୀଲ ଏବେବି ଖୁବ ୟଙ୍ଗ ଲାଗନ୍ତି। ତାଙ୍କୁ ଦେଖିଲେ କେହି କହିବେନି ଯେ, ତାଙ୍କୁ ୬୩ ବୟସ। ୮୦ ଦଶକରୁ ବଲିଉଡରେ ନିଜ ଚାର୍ମ ଦ୍ବାରା ଦର୍ଶକଙ୍କ ମଧ୍ୟରେ ଛାଇଛନ୍ତି ଅନୀଲ।   

ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ମାଧୁରୀ ଦିକ୍ଷିତ ଯାଏଁ ସମସ୍ତଙ୍କ ସହ ତାଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରୁଥିଲେ। ଫିଲ୍ମ ‘ରାମ ଲକ୍ଷ୍ମଣ’, ‘କିଷନ କହ୍ନେୟା’, ‘ବେଟା’ରେ ଦର୍ଶକଙ୍କୁ ଅନୀଲ ଓ ମାଧୁରୀଙ୍କ ଯୋଡି ବେଶ୍‌ ପସନ୍ଦ ଆସିଥିଲା।ଭଭୟଙ୍କର ଅଧିକାଂଶ ଫିଲ୍ମ ହିଟ୍ ମଧ୍ୟ ହୋଇଛି। ପରଦାରେ ଧମାଲ କରୁଥିବା ଏହି ଯୋଡିଙ୍କର ଫିଲ୍ମ ବ୍ଲକ୍‌ବଷ୍ଟର ହିଟ୍‌ ହୋଇ ଖୁବ ଭଲ ଆୟ ମଧ୍ୟ କରିଛି।

ଏଥିପାଇଁ ମାଧୁରୀ ଓ ଅନୀଲ ଖୁବ ଚର୍ଚ୍ଚାରେ ମଧ୍ୟ ଥିଲେ। ଉଭୟଙ୍କ ଆଫେୟର ଖବର ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଥିଲା। ଗୋଟେ ସମୟ ଥିଲା ଯେବେ ମାଧୁରୀ ଓ ଅନୀଲଙ୍କ ରୋମାନ୍ସ ପରଦାରେ ନଦେଖାଇଥିବାରୁ ଫିଲ୍ମ ଭଲ ଆୟ କରୁନଥିଲା। ଏବଳି ମନ୍ତବ୍ୟ ଫିଲ୍ମ ନିର୍ମାତା ଟିମ୍‌ ମଧ୍ୟ କହିଥିଲେ।  

ଅନୀଲ ଓ ମାଧୁରୀଙ୍କ ମଢିରେ ସବୁକିଛି ଠିକ୍‌ ଥିଲା। ସୂଚନାଯୋଗ୍ୟ ଯେ, ଅନୀଲ ବିବାହ କରିବା ପରେ ଦିନେ ଶୁଟିଂ ସେଟରେ ମାଧୁରୀ ତାଙ୍କ ପରିବାରକୁ ଦେଖିଥିଲେ। ଏବଂ ତାପରଠୁ ମାଧୁରୀ ତାଙ୍କଠାରୁ ଦୂରେଇ ଯାଇଥିଲେ ବୋଲି କୁହାଯାଏ। ଏହାପରେ ମାଧୁରୀଙ୍କ ନାଁ ସଞ୍ଜୟ ଦତ୍ତଙ୍କ ସହ ଯୋଡା ଯାଇଥିଲା।  

ଏକ ସାକ୍ଷାତ୍‌କାରରେ ଅନୀଲ କହିଥିଲେ ଯେ, ଫିଲ୍ମ ହିଟ୍‌ କରିବା ପାଇଁ ମାଧୁରୀଙ୍କ ନାଁ ତାଙ୍କ ସହ ଯୋଡା ଯାଇଥିଲା। ଖୁବ୍‌ ହସି ହସି ସେ ଏଭଳି କଥା କହିଥିଲେ। ଉଭୟଙ୍କ ରିଲେଶନସିପ୍‌ ଚର୍ଚ୍ଚାରେ ଥିଲା ବୋଲି ଲୋକେ ଅଧିକ ଆଗ୍ରହ ସହ ସେମାନଙ୍କ ଫିଲ୍ମ ଏନ୍‌ଜଏ କରୁଥିଲେ।

ଅନୀଲ କପୁରଙ୍କ ପୁତୁରା ଅର୍ଜ୍ଜୁନ କପୁର ନିଜ କାକାଙ୍କୁ ବହୁତ ଭଲ ପାଆନ୍ତି। ଅର୍ଜ୍ଜୁନ ନିଜ କାକା ଅନୀଲ କପୁରଙ୍କୁ ନିଜ ବାପା ବୋନି କପୁରଙ୍କଠୁ ଅଧିକ ମାନନ୍ତି। ଅର୍ଜ୍ଜୁନ ଓ ଅନୀଲଙ୍କ ମଧ୍ୟରେ ଖୁବ ଭଲ ବଣ୍ଡିଙ୍ଗ ରହିଆସିଛି। ଅର୍ଜ୍ଜୁନ ଅନୀଲଙ୍କୁ ତାଙ୍କ ଗଡ୍‌ ଫାଦର ବି କୁହନ୍ତି। ରିୟଲ ଓ ରିଲ୍‌ରେ କାକା ପୁତୁରାଙ୍କ ଇକ୍ବେସନ୍‌ ମଧ୍ୟ ଖୁବ ଭଲ ।  

   Related Posts