Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଫିଟନେସ୍ ଆଇକନ୍ ଅନିଲ କପୁର କେଉଁ ରୋଗରେ ପୀଡିତ ? ଭିଡିଓ ସେୟାର କରି କହିଲେ, ‘ଆଜି ଚିକିତ୍ସାର ଶେଷ ଦିନ…’

27/11/2021 at 3:20 PM

ମୁମ୍ବାଇ ୨୭/୧୧ : ବଲିଉଡର ଏଭରଗ୍ରୀନ ଅଭିନେତା ଅନିଲ କପୁର ନିଜର ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରନ୍ତି। ୬୪ ବର୍ଷ ବୟସରେ ମଧ୍ୟ ସେ ଚମତ୍କାର ଅଭିନୟ କରୁଛନ୍ତି। ସୋସିଆଲ ମିଡ଼ିଆରେ ସେ ନିଜ ଫଟୋକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅନିଲ କପୁର ବର୍ତ୍ତମାନ ଜର୍ମାନୀରେ ଅଛନ୍ତି। ସେଠାରୁ ସେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସହ ସେ ତାଙ୍କର କ୍ୟାପ୍ସନ ଦେଖି ପ୍ରଶଂସକ ଚିନ୍ତାରେ।

ଅନିଲ କପୁର ନିଜର ଏକ ପୁରୁଣା ରୋଗର ଚିକିତ୍ସା ପାଇଁ ଜର୍ମାନୀ ଯାଇଛନ୍ତି। ଆଜି ତାଙ୍କ ଚିକିତ୍ସାର ଶେଷ ଦିନ ବୋଲି ସେ ଜଣାଇଛନ୍ତି। ନିଜ ପ୍ରିୟ ଅଭିନେତାଙ୍କ ସର୍ଜରୀ କଥା ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଓ ତାଙ୍କୁ ନାନା ପ୍ରଶ୍ନ ପଚାରିଛନ୍ତି।

ଅନିଲ କପୁର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ କଳା ରଙ୍ଗର ଲମ୍ବା କୋଟ ଓ ଟୋପି ପିନ୍ଧି ଜର୍ମାନୀ ରାସ୍ତାରେ ଚାଲୁଥିବା ନଜର ଆସିଛନ୍ତି। ସେ କ୍ୟାପ୍ସନ ଲେଖିଛନ୍ତି, “ପରଫେକ୍ଟ ୱାକ୍ ଇନ୍ ସ୍ନୋ, ଜର୍ମାନୀରେ ଶେଷ ଦିନ, ଡାକ୍ତରଙ୍କୁ ଦେଖା କରି ମୁଁ ଶେଷ ଚିକିତ୍ସା କରିବାକୁ ଯାଉଛି। ତାଙ୍କ କାମ ପାଇଁ ତାଙ୍କୁ ଧନ୍ୟବାଦ।”

ଭିଡିଓ ବ୍ୟାକଗ୍ରାଉଣ୍ଡରେ ‘ଫିର୍ ସେ ଉଡ୍ ଚଲା’ ଗୀତ ବାଜୁଛି ଓ ଅନିଲ କପୁର ସ୍ନୋଫଲରେ ଚଳୁଛନ୍ତି। ଗତ ବର୍ଷ ଅନିଲ କପୁର ନିଜର ଏକ ପୋଷ୍ଟରେ ଜଣେଇଥିଲେ ଯେ ସେ ଆକିଲିସ ଟେଣ୍ଡନ ସମସ୍ୟାରେ ପୀଡିତ। ଅନେକ ଡାକ୍ତର କହିଥିଲେ ଯେ ବିନା ସର୍ଜରୀ ସେ ଭଲ ହେବାହିଁ। କିନ୍ତୁ ଡାକ୍ତର ମୁଲର ତାଙ୍କୁ ବିନା ସର୍ଜରୀରେ ଭଲ କରିଦେଇଥିଲେ।

   Related Posts