ଅନିଲ କପୁରଙ୍କ ଖୁଲାସା : ଟଙ୍କା ପାଇଁ କରିଥିଲେ 'ଅନ୍ଦାଜ‌୍' ଓ 'ହୀର୍ ରାଞ୍ଝା' ଫିଲ୍ମ, ଆର୍ଥିକ ସଙ୍କଟ ଦେଇ ଗତିକରୁଥିଲା ପରିବାର

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ ୧୧/୦୧ : ବଲିଉଡର ଲୋକପ୍ରିୟ ଅଭିନେତା ଅନିଲ କପୁର ନିଜ ଚଳଚିତ୍ର ମାଧ୍ୟମରେ ଲୋକଙ୍କ ହୃଦୟ ଜିତିବା ପାଇଁ କୌଣସି ପ୍ରୟାସ ଛାଡ଼ିନାହାଁନ୍ତି | କ୍ୟାରିୟର ଆରମ୍ଭ ଠାରୁ ଏ ପର୍ଯ୍ୟନ୍ତ, ଅନେକ ସମୟରେ ବ୍ଲକବଷ୍ଟର୍ ଚଳଚିତ୍ର ମାଧ୍ୟମରେ ନିଜର ସ୍ବତନ୍ତ୍ର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ଏହାରି ମଧ୍ୟରେ ଆଉ ଏକ ବଡ ଖୁଲାସା କରିଛନ୍ତି ଅନିଲ କପୁର । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ଏମିତି ବି କିଛି ଫିଲ୍ମ ଅଛି , ଯାହାକୁ ସେ କେବଳ ଟଙ୍କା ପାଇଁ କରିଛନ୍ତି । ସେ କହିଛନ୍ତି ସେତେବେଳେ ତାଙ୍କ ପରିବାର ଘୋର ଆର୍ଥିକ ସଙ୍କଟରେ ଥିଲା ଏବଂ  ତାଙ୍କୁ ଯେଉଁ ଫିଲ୍ମ ପାଇଁ ଅଫର ମିଳୁଥିଲା, ଟଙ୍କା ପାଇଁ ସେ ତାହାକୁ କରିବା ପାଇଁ ରାଜି ହୋଇଯାଉଥିଲେ ।

 ଫିଲ୍ମ 'ଅନ୍ଦାଜ‌୍' ଏବଂ 'ହୀର୍ ରାଞ୍ଝା' ସେ କେବଳ ଟଙ୍କା ପାଇଁ କରିଥିଲେ ବୋଲି କହିଛନ୍ତି |ଅନିଲ କପୁର କହିଛନ୍ତି ‘ଫିଲ୍ମ 'ରୂପ କି ରାନୀ' ଏବଂ 'ଚୋରୋଁ କା ରାଜା' ପରେପରେ ପରିବାରର ଆର୍ଥିକ ପରିସ୍ଥିତି ସଙ୍କଟ ରେ ଆସିଯାଇଥିଲା ଏବଂ ଆମକୁ ଯାହା ଅଫର ମିଳିଥିଲା କରିଥିଲୁ | ଏହାକୁ ସ୍ୱୀକାର କରିବାରେ ମୁଁ ସଂକୋଚ କରୁନାହିଁ’ |  ରୂପ କି ରାନୀ ଏବଂ ଚୋରୋଁ କା ରାଜା ଯାହକି ୧୯୯୩ ମସିହାରେ ରିଲିଜ ହୋଇଥିଲା କିନ୍ତୁ ପରେ ଏହି ଦୁଇଟି ଫିଲ୍ମ ସୁପର ଫ୍ଲପ୍ ହୋଇଯାଇଥିଲା |

ଅନିଲ ଆହୁରି ମଧ୍ୟ କହିଛନ୍ତି, ‘ମୋ ପରିବାର ଆଉ ମୁଁ ଭାଗ୍ୟଶାଳୀ କି ସେହି ସମୟଗୁଡିକ ଚାଲିଯାଇଛି  ଏବଂ ସେବେଠାରୁ ଆଜି ପର୍ଯନ୍ତ ଆମର  ପରିସ୍ଥିତି ଏତେ କଠିନ କେବେ ହୋଇନାହିଁ | କିନ୍ତୁ ଯଦି ପୁଣିଥରେ ସେଭଳି ସମୟ ଆସେ କିମ୍ବା ଆମକୁ ଖରାପ ସମୟରେ ଗତିକରିବାକୁ ପଡିବ , ତାହେଲେ ମୁଁ ସେ କାମ କରିବାକୁ ପୁନର୍ବାର ଚାହିଁବିନି । ସେ ଏହା ମଧ୍ୟ କହିଛନ୍ତି ଯଦି ନିଜକୁ ଚଳଚ୍ଚିତ୍ର ଜଗତରେ କ୍ୟାରିୟର ଗଢିବାକୁ ଅଛି ତାହେଲେ ତୁମକୁ ନିଜର ସବୁକିଛି ଦେବାପାଇଁ ପ୍ରସ୍ତୁତ ହେବାକୁ ପଡିବ | ଏଥିରେ ଲାଗି ରହିବା ପାଇଁ ସାହସ ଏବଂ ଉତ୍ସାହ ଦରକାର ବୋଲି ଅନିଲ କପୁର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.