ପାକିସ୍ତାନରେ ରିଲିଜ ହେବ ନାହିଁ ‘ଟୋଟାଲ୍ ଧମାଲ’ : ଏହି ଟିମ୍ ଡୋନେଟ୍ କଲେ ସହୀଦ ପରିବାରକୁ ୫୦ଲକ୍ଷ ଟଙ୍କା

Published By : Prameya-News7 Bureau | February 18, 2019 IST

ମୁମ୍ବାଇ ୧୮/୨: ‘ଟୋଟାଲ୍ ଧମାଲ’ର ନିର୍ମାତା ନିର୍ଦ୍ଦେଶକ ଏହି ଫିଲ୍ମକୁ ପାକିସ୍ତାନରେ ରିଲିଜ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଅଜୟ ଦେବଗନ ସୋମବାର ଟ୍ବିଟ୍ କରି ଏହି ସୂଚନା ସେୟାର କରିଛନ୍ତି।  କାଶ୍ମୀରରେ ହୋଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଯାଇଥିଲେ। ଅଜୟ ଟ୍ବିଟ୍ କରି ଲେଖିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯାଇଛି ଯେ ‘ଟୋଟାଲ୍ ଧମାଲ’ର ଟିମ୍ ଏହି ଫିଲ୍ମକୁ ପାକିସ୍ତାନରେ ରିଲିଜ କରିବ ନାହିଁ।  

{"id":86431,"width":595,"height":446}

ନିର୍ମାତା,ଅଭିନେତା ଏବଂ ଜଡ଼ିତ ସଦସ୍ୟ ସହ ‘ଟୋଟାଲ୍ ଧମାଲ’ର ପୂରା ଟିମ୍ ସହିଦ ଯବାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଡୋନେସନ୍ ଦେଇଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ଅଜୟ ଟ୍ବିଟ୍ କରି ନିଜ କ୍ରୋଧ ବ୍ୟକ୍ତ କରିଛନ୍ତି। ସେ ଲେଖିଥିଲେ ଯେ ‘ଏହା ଅତ୍ୟନ୍ତ ଭୟାନକ ଏବଂ ଘୃଣ୍ୟ । ମୁଁ ନିଜ ରାଗକୁ ଶବ୍ଦରେ ପରିପ୍ରକାଶ କରି ପାରୁ ନାହିଁ।’

{"id":86432,"width":596,"height":447}

ଇନ୍ଦ୍ର କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ’ରେ ଅଜୟଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ,ଅରଶଦ ଓ୍ବାରସି,ଅନିଲ କପୁର ଏବଂ ରିତେଶ ଦେଶମୁଖ ନଜର ଆସିବେ। ‘ଟୋଟାଲ୍ ଧମାଲ’ ଧମାଲ ସିରିଜର ତୃତୀୟ ଫିଲ୍ମ। ଏହା ପୂର୍ବରୁ ‘ଧମାଲ’(୨୦୦୭) ଏବଂ ‘ଡବଲ ଧମାଲ’(୨୦୧୧) ଫିଲ୍ବ ଆସି ସାରିଛି। ଏହି ଦୁଇଟି ଫିଲ୍ମର ନିର୍ଦ୍ଦେଶନା ଇନ୍ଦ୍ର କୁମାର ଦେଇଥିଲେ।

{"id":86433,"width":595,"height":446}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.