ଅନୀଲ ଧସ୍ମାନା ହେଲେ ଗୁଇନ୍ଦା ସଂସ୍ଥା NTROର ନୂଆ ମୁଖ୍ୟ, ଏବେ ଆକାଶ ଉପରେ ରହିବ କଡ଼ା ନଜର

Published By : Prameya-News7 Bureau | September 18, 2020 IST

ନୂଆଦିଲ୍ଲୀ ୧୮।୯: ରିସର୍ଚ୍ଚ ଏଣ୍ଡ ଆନାଲିସିସ୍ ୱିଙ୍ଗ ( ର) ପୂର୍ବତନ ମୁଖ୍ୟ ଅନୀଲ ଧସ୍ମାନା ନ୍ୟାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ (ଏନଟିଆରଓ) ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି ସମିତି ଏହି ପଦବୀ ନିମନ୍ତେ ଧସ୍ମାନାଙ୍କ ନାମରେ ମୋହର ଲଗାଇଛନ୍ତି। ଭାରତର ଏହି ସଂସ୍ଥାଙ୍କ ଉପରେ ଜିଓସ୍ପାସିଆଲ ଇଣ୍ଟେଲିଜେନ୍ସ ଓ ଉପଗ୍ରହ ଛବିର ଦାୟିତ୍ୱ ରହିଛି। ଏହି ନିଯୁକ୍ତି ନେଇ ପୂର୍ବତନ ଆଇପିଏସ୍‌ ଅଫିସରଙ୍କୁ ଶୁକ୍ରବାର ସୂଚିତ କରିଦିଆଯାଇଛି।

{"id":331484,"sizeSlug":"large"}

ଇଣ୍ଟେଲିଜେନ୍ସ ଅଫିସର ସତୀଶ ଝା ଗୁରୁବାର ଅବସର ଗ୍ରହଣ କରିଛନ୍ତି। ଧସ୍ମାନା ଏବେ ତାଙ୍କ ଦାୟିତ୍ୱ ତୁଲାଇବେ। ଧସ୍ମାନା ୧୯୮୧ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଓ ପାକିସ୍ତାନ ମାମଲାର ବିଶ୍ଲେଷକ। ଗତ ୨୦୧୯ରେ ହୋଇଥିବା ବାଲାକୋଟ ବିମାନ ଆକ୍ରମଣ ମିସନର ଧସ୍ମାନା ନେତୃତ୍ୱ ନେଇଥିଲେ। ଏହି ପୂର୍ବତନ ଆଇପିଏସ ଅଫିସରଙ୍କ ଏପରି ଏକ ସମୟରେ ପ୍ରତ୍ୟାବର୍ତନ ହୋଇଛି ଯେତେବେଳେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍‌ ପ୍ୟୁପିଲସ୍ ଲିବରେସନ ଆର୍ମିର ଗତିବିଧି ଉପରେ ଏନଟିଆରଓ ନଜର ରହିଛି।

{"id":331485,"sizeSlug":"large"}

ଧସ୍ମାନା ୧୯୯୩ ମସିହାରେ ଗୁଇନ୍ଦା ସଂସଥା ର ରେ ଯୋଗଦେଇଥିଲେ। ସେବେଠାରୁ ସେ ଏଜେନ୍ସୀର ପାକିସ୍ତାନ ଡେସ୍କରେ କାର୍ଯ୍ୟ କରୁଥିବା ବେଳେ ଗୁଇନ୍ଦା ସଂସ୍ଥାଙ୍କ ଶୀର୍ଷ ଅଧିକାରୀ ହୋଇପାରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.