Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବାରମ୍ବାର ଦଳ ବଦଳାଇ ଦଳ ଖରାପ ନ କରନ୍ତୁ ସିଦ୍ଧୁ, ନିଜର ଅଲଗା ଦଳ ଗଠନ କରିନିଅନ୍ତୁ: ନବଜୋତ ସିଦ୍ଧୁଙ୍କୁ ଅନିଲ ବିଜଙ୍କ ପରାମର୍ଶ

14/07/2021 at 5:25 PM

ନୂଆଦିଲ୍ଲୀ ୧୪/୦୭ : ପଞ୍ଜାବ କଂଗ୍ରେସରେ ଜରି ରହିଥିବା କଳହ ମଧ୍ୟରେ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ନବଜୋତ ସିଂହ ସିଦ୍ଧୁଙ୍କୁ ଅଲଗା ଦଳ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ଅନିଲ ବିଜ କହିଛନ୍ତି ଯେ ନବଜୋତ ସିଂହ ସିଦ୍ଧୁ ବ୍ୟକ୍ତିଗତ ଭାବେ ଯେଉଁ ଦଳରେ ସାମିଲ ହେବାକୁ ଚାହୁଁଛନ୍ତି ହୁଅନ୍ତୁ। କିନ୍ତୁ ବାରମ୍ବାର ଦଳ ବଦଳାଇ ଦଳ ଖରାପ ନ କରି ନିଜର ଅଲଗା ଦଳ ଗଠନ କରିବାକୁ ତାଙ୍କୁ ମୋର ପରାମର୍ଶ

ଗତ କିଛି ମାସରେ ପଞ୍ଜାବ କଂଗ୍ରେସରେ କଳହ ଦେଖିବାକୁ ମିଳିଛି। ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଏବଂ ଅନ୍ୟ କିଛି ନେତା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଜରି କଳହ ଶେଷ କରିବାକୁ କଂଗ୍ରେସ ସବୁ ସମ୍ଭବ ପ୍ରୟାସ କରିସାରିଛି। କଳହ ଦୂର କରିବାକୁ ଗତ ସପ୍ତାହରେ ନବଜୋତ ସିଂହ ସିଦ୍ଧୁଦିଲ୍ଲୀରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ।

ନବଜୋତ ସିଂହ ସିଦ୍ଧୁ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କରି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ତେବେ ରାହୁଲ ପ୍ରଥମେ ଏହି ସାକ୍ଷାତକାର ପାଇଁ ଅସ୍ବୀକାର କରିଥିଲେ। କିନ୍ତୁ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସାକ୍ଷାତ ପରେ ରାହୁଲ ନବଜୋତ ସିଂହ ସିଦ୍ଧୁଙ୍କୁ ସାକ୍ଷାତ କରିବାକୁ ରାଜି ହୋଇଥିଲେ। ଏହାପରେ କ୍ୟାପଟେନ ଅମରିନ୍ଦର ଦିଲ୍ଲୀ ପହଞ୍ଚିଥିଲେ ଓ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ତଥାପି କିଛି ସମାଧାନ ହୋଇପାରିନଥିଲା।

ମଙ୍ଗଳବାର ଦିନ କଂଗ୍ରେସ ମହାସଚିବ ହରିଶ ରାୱତ ପଞ୍ଜାବ କଂଗ୍ରେସରେ ଚାଲିଥିବା କଳହକୁ ନେଇ କହିଛନ୍ତି ଯେ ଆସନ୍ତା ୩-୪ ଦିନରେ ପଞ୍ଜାବ କଂଗ୍ରେସ ପାଇଁ ଭଲ ଖବର ଆସିବ। ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ଏହି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୩-୪ ଦିନରେ ପଞ୍ଜାବ କଂଗ୍ରେସ ପାଇଁ ଭଲ ଖବର ଆସିବ। ଦଳର କଳହ ଦୂର କରିବାକୁ କଂଗ୍ରେସ ହାଇକମାଣ୍ଡ ରାଜ୍ୟସଭାରେ ନେତା ପ୍ରତିପକ୍ଷ ମଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟ କମିଟି ଗଠନ କରିଥିଲେ। ଏହି କମିଟି ମୁଖ୍ୟମନ୍ତ୍ରୀଙ୍କ ସମେତ ପଞ୍ଜାବ କଂଗ୍ରେସର ୧୦୦ ରୁ ଅଧିକ ନେତାଙ୍କ ମତାମତ ନେଇଛି ଓ ନିଜ ରିପୋର୍ଟ ହାଇକମାଣ୍ଡଙ୍କୁ ହସ୍ତାନ୍ତର କରିଛନ୍ତି।

   Related Posts